ଭୁବନେଶ୍ୱର: ‘ସୁସ୍ଥ ଅସ୍ଥି, ସୁସ୍ଥ ଗଣ୍ଠି ହିଁ ଉନ୍ନତ ଜୀବନର ଆଧାର – ସୁଦୃଢ଼ ଭାରତ’ ବିଷୟବସ୍ତୁକୁ ନେଇ କିମସ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ଅଗଷ୍ଟ ୩ରୁ ୮ ତାରିଖ ପର୍ଯ୍ୟନ୍ତ ୧୫ତମ ଅସ୍ଥି ଓ ଗଣ୍ଠି ସପ୍ତାହ ପାଳିତ ହୋଇଯାଇଛି । ଇଣ୍ଡିଆନ୍ ଅର୍ଥୋପେଡିକ୍ ଆସୋସିଏସନ୍ ଏବଂ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନର ଆହ୍ୱାନ କ୍ରମେ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
କିମସରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଏଥିରେ ଶିଶୁମାନଙ୍କର ବିକାଶଜନିତ ବିକୃତି ଚିହ୍ନଟ ପାଇଁ ସ୍କ୍ରିନିଂ, ଅଷ୍ଟିଓପୋରୋସିସ୍ ବା ଅସ୍ଥିକ୍ଷୟ ଚିହ୍ନଟ, ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ପଡ଼ିଯିବା ରୋକିବା, ପିଠି ଯନ୍ତ୍ରଣା ଏଡ଼ାଇବା ପାଇଁ ସଠିକ୍ ଶାରୀରିକ ଭଙ୍ଗୀ ବଜାୟ ରଖିବା ଏବଂ କାର୍ଯ୍ୟସ୍ଥଳ ଓ ରାସ୍ତାରେ ଆଘାତଜନିତ ଦୁର୍ଘଟଣାକୁ ରୋକିବା ଭଳି ବିଭିନ୍ନ ବିଷୟ ସାମିଲ ଥିଲା । ଉତ୍ତମ ରୋଗୀସେବା ପାଇଁ ଡାକ୍ତରମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାର ଗୁରୁତ୍ୱ ଉପରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଜୋର ଦିଆଯାଇଥିଲା ।
ଅଗଷ୍ଟ ୫ ଓ ୬ ତାରିଖରେ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନର ସଭପତି ଡା. ବସନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଡା. ଦିବ୍ୟ ସାହୁ ଓ ଡା. ବିଭୁଦତ୍ତ ସାହୁଙ୍କୁ ନେଇ ଗଠିତ ଏକ ଟିମ୍ କିସ୍ ପରିଦର୍ଶନ କରିଥିଲେ । ସେଠାରେ ମୋଟ ୧,୨୩୫ ଜଣ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅଗଷ୍ଟ ୬ ତାରିଖରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ଏଥିରେ ମାନସିକ ଚାପ ପରିଚାଳନା ଓ ସାମଗ୍ରିକ ସୁସ୍ଥତା ବଜାୟ ରଖିବା ଉପରେ ଆଲୋଚନା ହୋଇଥିଲା । କିମସ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଡା. ଦେବାଶିଷ ମିଶ୍ର, ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନର ସଂପାଦକ ଡା. ସତ୍ୟ ପାତ୍ର ଏବଂ ମନସ୍ତତ୍ତ୍ୱ ବିଶେଷଜ୍ଞ ଡା. ପାତ୍ରଜୋଶୀ ଏଥିରେ ବକ୍ତବ୍ୟ ରଖିଥିଲେ ।
ସେହି ଦିନ ପ୍ରାୟ ୭୦ ଜଣ ବରିଷ୍ଠ ନାଗରିକ ଓ ରୋଗୀଙ୍କ ସହାୟକଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ଡା. ଅମ୍ଳାନ ଦାସ ଘରେ ପଡ଼ିଯିବା ଭଳି ଦୁର୍ଘଟଣାକୁ ରୋକିବା ସହ ପିଠି ସମ୍ବନ୍ଧୀୟ ସମସ୍ୟା ଏଡ଼ାଇବା ପାଇଁ ସଠିକ୍ ଶାରୀରିକ ଭଙ୍ଗୀ ବଜାୟ ରଖିବା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ।
ଅଗଷ୍ଟ ୭ ତାରିଖରେ କିମସ ଅସ୍ଥିଶଲ୍ୟ ବିଭାଗ ବହିର୍ବିଭାଗରେ ଏକ ମାଗଣା ବୋନ୍ ମିନେରାଲ୍ ଡେନ୍ସିଟି ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ପ୍ରାୟ ୮୦ ଜଣଙ୍କର ଶରୀର ପରୀକ୍ଷା କରାଯାଇ ଅସ୍ଥିକ୍ଷୟ ରୋଗକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରିବାର ସୁଯୋଗ ମିଳିଥିଲା
Comments are closed, but trackbacks and pingbacks are open.