ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ବିପଦକୁ ଆଖିଆଗରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଚିଲିକାରେ ଆସନ୍ତା ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ମୋଟ ୪ ଦିନ ପାଇଁ ସମସ୍ତ ପ୍ରକାର ଡଙ୍ଗା ଓ ଭସାପୋଲ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କଟକଣା ବଳବତ୍ତର ଥିବା ସମୟରେ ଚିଲିକାରେ ଯାତ୍ରୀବାହୀ, ମାଲବାହୀ ଏବଂ ପର୍ଯ୍ୟଟକଙ୍କୁ ନେବା-ଆଣିବା କରୁଥିବା ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ରହିବ। ନିୟମର କଡ଼ାପାଳନ ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ଘାଟରେ ସତର୍କ ପହରା ଦିଆଯିବ। ଏହାସହ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ନମାନି ନିୟମ ଉଲ୍ଲଂଘନ କଲେ ତାହାକୁ ଗୁରୁତର ଅପରାଧ ଭାବେ ବିବେଚନା କରାଯାଇ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାଣିପାଗର ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଡ଼ିଲେ ଏହି କଟକଣା ଅବଧିକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ପୁରୀ ଜିଲ୍ଲାପାଳ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।
Comments are closed, but trackbacks and pingbacks are open.