କଟକ ମହାନଗର ପାଇଁ ଶ୍ରୀତମ ଦାସ ଙ୍କୁ ବିଜେପି ର ମେୟର ପ୍ରାର୍ଥୀ ଘୋଷଣା

228

କଟକ ପାଇଁ ବିଜେପି ର ମେୟର ପ୍ରାର୍ଥୀ ଘୋଷଣା I ଅଭିନେତାରୁ ରାଜନେତା ସାଜିଥିବା ଶ୍ରୀତମ ଦାସ ଙ୍କୁ କଟକ ନଗର ସଭାପତି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
ଗତ ୩ ତାରିଖ ରେ ସର୍ଵପ୍ରଥମେ କଂଗ୍ରେସ ଦଳ ପକ୍ଷରୁ କଟକ ପାଇଁ ମେୟର ପ୍ରାର୍ଥୀ ଭାବରେ ଗିରିଵାଲା ପ୍ରଧାନ ଙ୍କ ନାଁ ଘୋଷଣା କରାଯାଇଥିଲା ଏହାପରେ ଭୁବନେଶ୍ୱର ମେୟର ପାଇଁ କଂଗ୍ରେସ ଦଳ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାଁ ଘୋଷଣା କରାଯାଇଥିଲା I ସେହିପରି ଗତକାଲି ବିଜେଡି ୩ ଟି ମହା ନଗର ନିଗମ ପାଇଁ ନିଜର ମେୟର ପ୍ରାର୍ଥୀ ଘୋଷଣା କରି ସାରିଛି I କଟକ ମେୟର ପାଇଁ ଶ୍ରମିକ ନେତା ରୁ ବିଜେଡି ରାଜ୍ୟସଭା ସଦସ୍ୟ ଥିବା ସୁବାସ ସିଂ ଏବଂ ଭୁବନେଶ୍ୱର ମେୟର ପ୍ରାର୍ଥୀ ପାଇଁ ସୁଲୋଚନା ଦାସ ଙ୍କ ନାଁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇ ଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରିଛି I

Comments are closed, but trackbacks and pingbacks are open.