ନନ୍ଦିଗ୍ରାମ ଉପନିର୍ବାଚନରେ ‌ରେକର୍ଡ ବ୍ୟବଧାନରେ ଜିତିଲା ବିଜେପି

29

ପଶ୍ଚିମବଙ୍ଗ: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଦଳୀୟ ପ୍ରାର୍ଥୀ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ୧ ଲକ୍ଷ ୨୨ ହଜାର ୬୦୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ହାସୀରାଣୀ ରଥ। ସେ ୧ ଲକ୍ଷ ୬୪ ହଜାର ୨୭୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ମିଲନ ପ୍ରଧାନ ମାତ୍ର ୪୧ ହଜାର ୬୭୪ ଖଣ୍ଡ ଭୋଟ୍ ପାଇଛନ୍ତି।ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ସହିତ ଭବାନୀପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ଦୁଇଟି ଯାକ ଆସନରେ ବିଜୟୀ ହୋଇଥିବା ବେଳେ ନନ୍ଦିଗ୍ରାମ ଆସନକୁ ଛାଡ଼ି ଦେଇଥିଲେ। ସେଥିପାଇଁ ଏହି ଆସନରେ ଉପନିର୍ବାଚନ କରାଯାଇଥିଲା। ଏହି ଆସନରୁ ବିଜୟୀ ହୋଇଥିବା ହାସୀରାଣୀ ରଥ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ମା’, ଯାହାଙ୍କୁ ଗତ ମେ’ ୬ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା।

Comments are closed, but trackbacks and pingbacks are open.