ଅମିତ ଶାହ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଦାୟିତ୍ୱ, ବାଛିବେ ବେଙ୍ଗଲ ସିଏମ୍

26

ନୂଆଦିଲ୍ଲୀ: ୫ ରାଜ୍ୟରେ ବଜେପି ର ବିଜୟ ହୋଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ରେ ବିଜେପିର ଐତିହାସିକ ସଫଳତା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଚର୍ଚ୍ଚା। ଏହାରି ଭିତରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ବାଛିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦୁଇ ନେତା ପଶ୍ଚିମବଙ୍ଗ ସରକାର ଗଠନ ପ୍ରକ୍ରିୟାର ତଦାରଖ କରିବେ। ସେହିପରି ଆସାମ ପାଇଁ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡାଙ୍କୁ ଆସାମ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେ ଆସାମ ବିଧାୟକ ଦଳର ନେତା ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବେ। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀଙ୍କୁ ଆସାମ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ପଶ୍ଚିମବଙ୍ଗର ୨୯୪ଟି ଆସନ ମଧ୍ୟରୁ ବିଜେପି ୨୦୭ଟି ଆସନ ଜିତି ଏକ ଐତିହାସିକ ବିଜୟ ହାସଲ କରିଛି। ପଶ୍ଚିମବଙ୍ଗରେ ନୂଆ ବିଜେପି ସରକାର ଆସନ୍ତା ମେ ୯ ତାରିଖରେ ଶପଥ ଗ୍ରହଣ କରିବେ।

Comments are closed, but trackbacks and pingbacks are open.