ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଡି. ପୁରନ୍ଦେଶ୍ୱରୀ। ତାଙ୍କ ସହ ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ ମଧ୍ୟ ଭୁବନେଶ୍ୱର ପହଞ୍ଚିଛନ୍ତି। ଦାୟିତ୍ୱ ନେବା ପରେ ଉଭୟଙ୍କର ଏହି ପ୍ରଥମ ଗସ୍ତକୁ ଦଳୀୟ ସଂଗଠନ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଗସ୍ତ କାଳରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଦିନ ଧରି ଏକାଧିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ବରିଷ୍ଠ ନେତୃବୃନ୍ଦ, ପଦାଧିକାରୀ ଏବଂ ଜିଲ୍ଲାସ୍ତରୀୟ ନେତାଙ୍କ ସହ ନୂଆ ପ୍ରଭାରୀ ଓ ସହପ୍ରଭାରୀ ଆଲୋଚନା କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଦ୍ୱୟ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ବିଭିନ୍ନ ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକଗୁଡ଼ିକରେ ସରକାର ଓ ଦଳୀୟ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ଦଳର ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯିବ। ବିଶେଷ କରି ବୁଥ୍ରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନକୁ ଅଧିକ ସୁଦୃଢ଼ କରିବା, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ କର୍ମୀଙ୍କ ସହ ସିଧାସଳଖ ଯୋଗାଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯିବ।
Comments are closed, but trackbacks and pingbacks are open.