ମନମୋହନକୁ ଟାର୍ଗେଟ କଲା ବିଜେଡି

156

ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ହେବା ନେଇ ଦଳର ଏକ ନିର୍ଦିଷ୍ଟ ଗୋଷ୍ଠି ଅସନ୍ତୁଷ୍ଟ ଥିବା ନେଇ ଯାହା ଶୁଣା ଯାଉଥିଲା ଆଜି ତାହା ସତ୍ୟ ପ୍ରମାଣିତ ହୋଇଥିବା କହିଛନ୍ତି ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର ।

ବେଦାନ୍ତ ପ୍ରସଙ୍ଗରେ ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଶ୍ରୀ ପାତ୍ର ଆଜି ଏଠାରେ ତାଙ୍କରି ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଠଗଡାରେ ଛିଡା କରାଇଛନ୍ତି । କାରଣ ବେଦାନ୍ତକୁ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରଦାନ ସମୟରେ ଶ୍ରୀ ସାମଲ ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟର ପରିକଳ୍ପନା କରିଥିଲେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ସମୀର ଦେ । ଶ୍ରୀ ଦେ ମଧ୍ୟ ବିଜେପିର ବରିଷ୍ଠ ନେତା ଥିଲେ ।

ଏହି ଜମି ହସ୍ତାନ୍ତରକୁ ନେଇ ସେତେବେଳର ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ବିଧାନସଭାରେ ଏହାକୁ ଦୃଢଭାବେ ସମର୍ଥନ କରିଥିଲେ । ଶ୍ରୀ ଦେ ମଧ୍ୟ ସେତେବେଳେ ଏଥିରେ ସ୍ୱର ମିଳାଇଥିଲେ । ହେଲେ ଆଜି ଶ୍ରୀ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ ମନମୋହନ ସାମଲଙ୍କୁ ଜାଣିଶୁଣି ଅକଳରେ ପକାଇବାପାଇଁ ସେ ଏଭଳି କରିଛନ୍ତି ।

Comments are closed, but trackbacks and pingbacks are open.