ପ୍ରଭାତଙ୍କ ବିଶ୍ୱାଳ ଙ୍କ ବାସଭବନରେ ଏକାଠି ହେଲେ ଅସନ୍ତୁଷ୍ଟ କର୍ପୋରେଟର

58

କଟକ:କଟକରେ ବିଜେଡିରେ ଏକପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି। ସୌଭିକଙ୍କ ନିଲମ୍ବନକୁ ଜୋରଦାର ବିରୋଧ କରିଛନ୍ତି କଟକ ବିଜେଡିର କର୍ମୀ। ଏହା ମଧ୍ୟରେ ପ୍ରଭାତ ବିଶ୍ୱାଳଙ୍କ ଘରେ ମେଳି କରିଛନ୍ତି ବିଜେଡି କର୍ପୋରେଟର। ମଙ୍ଗଳବାର ଦିନ ୧୩ ବିଜେଡି କର୍ପୋରେଟର ପ୍ରଭାତଙ୍କ ମହାନଦୀ ବିହାର ବାସ ଭବନରେ ଏକାଠି ହୋଇଛନ୍ତି। ଏହା ପରେ ଆରମ୍ଭ ହୋଇଛି ରୁଦ୍ଧ ଦ୍ଵାର ବୈଠକ। ପ୍ରଭାତ ବିଶ୍ଵାଳ ଦଳରୁ ବହିସ୍କୃତ ହେବା ଏବଂ ବିଧାୟକ ସୌଭିକ ବିଶ୍ଵାଳ ବିଜେଡିରୁ ନିଲମ୍ବିତ ହେବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଖୋଲାଖୋଲି ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ।ରୁଦ୍ଧଦ୍ବାର ବୈଠକରେ କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ, ଦମୟନ୍ତୀ ମାଝୀ, ଅରବିନ୍ଦ ଜେନା, ସୌଭାଗିନୀ ଜେନା, ବିଶ୍ଵ ବନ୍ଦିତା ପଣ୍ଡା, ପଦ୍ମିନୀ ସାହୁ, ସୁବ୍ରତ ଘଡେ଼ଇ, ମଧୁସ୍ମିତା ବାରିକ, ପ୍ରଦୀପ ସାହୁ, ତାପସ ରଞ୍ଜନ ସାମନ୍ତରାୟ, ପ୍ରମିଳା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।ଏହି ରୁଦ୍ଧ ଦ୍ଵାରା ବୈଠକରେ ସାମୁହିକ ଇସ୍ତଫା ନେଇ କିଛି ବଡ଼ ନିଷ୍ପତି କିମ୍ବା ଆଗାମୀ ରଣନୀତି ନେଇ ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହଉଛି l

Comments are closed, but trackbacks and pingbacks are open.