ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ବିରଞ୍ଚିଙ୍କ ଚେର ଖୋଳିବା ପାଇଁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ପତ୍ନୀଙ୍କୁ ଆଢ଼ୁଆଳରେ ରଖି ବିରଞ୍ଚି ଚଳାଇଥିଲେ ବୀମା ବ୍ୟବସାୟ। ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି।ତାଙ୍କ ପତ୍ନୀ କେତେ କମିଶନ ପାଇଛନ୍ତି, ତାହାର ତଦନ୍ତ ହେବ। ରିଟର୍ଣ୍ଣ ଫାଇଲ କରିଛନ୍ତି ନା ନାହିଁ ଆୟକର ବିଭାଗ ତଦନ୍ତ କରିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି।
ସେପଟେ ବିରଞ୍ଚିଙ୍କ ଘରୁ ୧୧୪ଟି ଆଡମିଟ୍ କାର୍ଡ ମିଳିଥିଲା। ସେଥିରୁ ୧୦୭ଟି ଆଡମିଟ୍ କାର୍ଡ ପାଇଥିବା ବ୍ୟକ୍ତି ଚାକିରି କରିନାହାନ୍ତି। ଅନ୍ୟ ୭ଟି ଆଡମିଟ କାର୍ଡକୁ ନେଇ ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍ସ ଏସ୍ପି ଗଣମାଧ୍ୟମକୁ କହିଛନ୍ତି।
Prev Post
Next Post