ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ

71

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ବିଶ୍ୱ କବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ବିଜେପି ବଙ୍ଗଳାରେ ଏକ ନୂତନ ସରକାର ଗଠନ କରିଛି । ଶୁଭେନ୍ଦୁ ଅଧିକାରୀ ଆଜି ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭେନ୍ଦୁ ଶପଥ ଗ୍ରହଣ କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆର. ଏନ. ରବି । ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶୁଭେନ୍ଦୁ ସରକାର ଏକ ଖୋଲା ଜିପ୍‌ରେ ଭବ୍ୟ ଶୋଭାଯାତ୍ରାରେ ବିଗ୍ରେଡ ପଡ଼ିଆରେ ପହଞ୍ଚିଥିଲେ। ଏହି ସମାରୋହରେ ହଜାର ହଜାର ବିଜେପି ସମର୍ଥକ ସାମିଲ ଥିଲେ। ଶୁଭେନ୍ଦୁ ଏବଂ ଦିଲୀପଙ୍କ ସହିତ ଅଗ୍ନିମିତ୍ର ପାଲ, ନିଶିଥ ପ୍ରାମାଣିକ, ଅଶୋକ କିର୍ତ୍ତାନିଆ ଏବଂ ଖୁଦିରାମ ଟୁଡୁ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

Comments are closed, but trackbacks and pingbacks are open.