ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଟିଏମସି ସାଂସଦ ସୁସ୍ମିତା ଦେବଙ୍କ ଇସ୍ତଫା

34

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଧକ୍କା। ଦଳର ବରିଷ୍ଠ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଟିଏମସିର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଓହରି ଯାଇଥିବା ସୂଚନା ମିଳିଛି। ଦିନେ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଥିବା ସୁସ୍ମିତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ବଡ଼ କ୍ଷତି ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ରାଜ୍ୟସଭାରୁ ଇସ୍ତଫା ଦେବା ପରେ ସୁସ୍ମିତା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ପରେ ସେ ଭାରତୀୟ ଜନତା ପାର୍ଟି (BJP)ରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜୋର ଧରିଛି। ଚର୍ଚ୍ଚା ହେଉଛି ଯେ, ବିଜେପି ତାଙ୍କୁ ଆସାମରୁ ପୁଣି ଥରେ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥାଇପାରେ। ପୂର୍ବରୁ କଂଗ୍ରେସ ଛାଡ଼ି ଟିଏମସିରେ ସାମିଲ ହୋଇଥିବା ସୁସ୍ମିତା ଦେବଙ୍କର ଏହି ଆଭିମୁଖ୍ୟ ଆଗାମୀ ଦିନରେ ଉତ୍ତର-ପୂର୍ବ ଭାରତ, ବିଶେଷ କରି ଆସାମ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବାକୁ ଯାଉଛି।

Comments are closed, but trackbacks and pingbacks are open.