ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ : ଶ୍ବାସରୁଦ୍ଧ ହୋଇ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

52

ମଥୁରା : କୃଷ୍ଣ ଜନ୍ମାଷ୍ଟମୀ ରେ ପୂରା ଦେଶ ଉତ୍ସବ ମୁଖର ଥିବାବେଳେ ମଥୁରାସ୍ଥିତ ବାଙ୍କେ ବିହାରୀ ମନ୍ଦିର ରେ ଘଟି ଯାଇଛି ବଡ଼ ଅଘଟଣ I ଗତକାଲି ବିଳମ୍ବିତ ରାତିରେ ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା I ଏହି ଭିଡ଼ଭିତରେ ଚାପି ହୋଇ ୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ମଙ୍ଗଳ ଆଳତି ସମୟରେ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନକୁ ବହୁ ସମୟଧରି ବନ୍ଦ କରି ରଖI ଯାଇଥିଲା ,ତେଣୁ ବାହାରେ ଭକ୍ତ ଙ୍କ ଭିଡ଼ ଭିତରେ ଠେଲା ପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା I ଏଥିରେ ଚାପି ହୋଇ ୨ ଜଣ ଭକ୍ତ ଅଚେତ ହୋଇ ତଳେ ପଡି ଯାଇଥିଲେ I ଅନେକ ସମୟ ଧରି ବାହାରକୁ ବାରି ନ ପାରିବାରୁ ୨ ଶ୍ରଦ୍ଧାଳୁ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ମୃତକ ମାନେ ହେଉଛନ୍ତି ନୋଏଡା ସେକ୍ଟର ୯୯ର ବାସିନ୍ଦା ନିର୍ମଳା ଦେବୀ ଓ ଭୁଲେରାମ କଲୋନୀର ରାମ ପ୍ରସାଦ ବିଶ୍ୱକର୍ମା । ରାମ ପ୍ରସାଦ ପ୍ରକୃତରେ ଜବଲପୁର ବାସିନ୍ଦା ।
ବର୍ଷକୁ ଥରେ ଜନ୍ମାଷ୍ଟମୀ ସମୟରେ ବାଙ୍କେ ବିହାରୀ ମନ୍ଦିରରେ ଆଳତି ଦେଖିବାକୁ ପ୍ରବଳ ଭିଡ ହୁଏ । ଚଳିତ ଥର ମଧ୍ୟ ନନ୍ଦୋତ୍ସବରେ ଶ୍ରୀକୃଷ୍ଣଙ୍କ ମଙ୍ଗଳ ଆଳତି ଦେଖିବାକୁ ଆବଶ୍ୟକତା ଠାରୁ ପ୍ରବଳ ଭିଡ ହୋଇଥିଲା, ଯାହାକୁ ନିୟନ୍ତ୍ରଣ କରାଯାଇପାରିନଥିଲା I ଅନ୍ୟପଟେ ଗତକାଲି ପ୍ରବଳ ଗରମ ମଧ୍ୟ ଅନୁଭୂତ ହୋଇଥିଲା। ଭିତରେ ଆର୍ଦତା ଅଧିକ ହେତୁ ଅଣନିଶ୍ୱାସୀ ହୋଇ ୨ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.