ଅଗଷ୍ଟ ୨୭ରେ ହେବ ଏଏସଓ ପରୀକ୍ଷା

45

ଚଳିତ ମାସ ୨୭ ତାରିଖ ରେ ଅନୁଷ୍ଠିତ ହେବ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ଏଏସଓ) ପରୀକ୍ଷା I ପୂର୍ବରୁ ୨୧ ତାରିଖରେ ହେବାକୁ ଥିବା ଲିଖିତ ଏଏସଓ ପରୀକ୍ଷା କୁ ରାଜ୍ୟରେ ଲଗାଣ ବର୍ଷା ତଥା ଅନେକଂଚଳ ରେ ବନ୍ୟା ପରିସ୍ଥିତି ଯୋଗୁଁ ତାରିଖ ପରିବର୍ତନ କରାଯାଇଥିଲା I ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରୀକ୍ଷା ୩ଟି ସିଟିଂରେ ସକାଳ ୯ରୁ ଅପରାହ୍ନ ୪.୩୦ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂରୀକ୍ଷା ସକାଳ ୯ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ରହିଛି। ଦ୍ୱିତୀୟ ସିଟିଂ ପରୀକ୍ଷା ସାଢ଼େ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ। ସେହିପରି ତୃତୀୟ ସିଟିଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ତେବେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସମୟ ଟିକେ ଅଧିକ ରଖାଯାଇଛି। ସେମାନେ ପ୍ରତି ସିଟିଂରେ ଅଧ ଘଣ୍ଟାଏ ଲେଖାଏଁ ଅଧିକ ସମୟ ପାଇବେ। ଏନେଇ ଆଜି ଓପିଏସଇ ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

Comments are closed, but trackbacks and pingbacks are open.