ବାଲିଅନ୍ତା :ବିଜେଡି -ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର

0 103

ପଞ୍ଚାୟତ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି,ରାଜନୈତିକ ମୈଦାନ ରେ ବାତାବରଣ ଅଧିକ ସରଗରମ ହେବାରେ ଲାଗିଛି ଇ ୬୦ ଟି ୱାର୍ଡ କୁ ନେଇ ଗଠିତ ବାଲିଅନ୍ତା ବ୍ଲକ ର ୧୬ ନମ୍ବର ଜୋନ ଜିଲ୍ଲା ପରିଷଦ ପଦବୀ ଲାଗି ୬ ଜଣ ପ୍ରାର୍ଥୀ ଏକ ସାଙ୍ଗରେ ମୈଦାନ କୁ ଓହ୍ଲାଇଛନ୍ତି I ଏହି ଆସନ ଟି ଅଣସଂରକ୍ଷିତ ହୋଇଥିବା ବେଳେ ଏଥିରେ ବିଜେଡି,ବିଜେପି ,ସ୍ୱାଧୀନ ,ଆମଆଦମୀ,ବହୁଜନ ସମାଜବାଦୀ ପାର୍ଟି ପ୍ରମୁଖ ଦଳ ର ସମର୍ଥିତ ପ୍ରାର୍ଥୀମାନେ ଲଢ଼ୁଛନ୍ତି I କିନ୍ତୁ ରାଜନୈତିକ ପାଣିପାଗ ରୁ ଯାହା ଜଣାପଡୁଛି ଏହି ଆସନରୁ ଲଢ଼ୁଥିବା ବିଜେଡି ର ମହେଶ୍ୱର ଦାସ ଏବଂ ସ୍ୱାଧୀନ ପ୍ରାର୍ଥୀ ତ୍ରୋଇଲୋକ୍ୟ ମଙ୍ଗରାଜ ଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି ଇ ଏହି ଅଂଚଳ ଟି ପୂର୍ବରୁ ବିଜେଡି ର ଦୂର୍ଗ ରହିଆସିଛି I କିନ୍ତୁ ଏଥର ୬ ଜଣ ଟାଣୁଆ ପ୍ରାର୍ଥୀଙ୍କ ସହିତ ଲଢ଼ି ବିଜୟ ହାସଲ କରିବାକୁ ହେଲେ ବିଜେଡି କୁ ବହୁ କସରତ କରିବାକୁ ପଡିବ I କାରଣ ବିଜେଡି ଦଳ ପକ୍ଷରୁ ଦଳୀୟ ଟିକେଟ ବଣ୍ଟନକୁ ନେଇ କନ୍ଦଳ ଉଗ୍ରରୂପ ନେଇଥିଲା I ଫଳରେ ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହୋଇଥିଲେ ସ୍ୱଧିନ ପ୍ରାର୍ଥୀ ଭାବରେ ଲଢ଼ୁଥିବା ତ୍ରୋଇଲୋକ୍ୟ ମଙ୍ଗରାଜ I ସେହିପରି ବିଜେଡି ଟିକଟ ପାଇଥିବା ପ୍ରାର୍ଥୀ ମହେଶ୍ୱର ଦାସ ବିଜୟୀ ହେବାକୁ ଆଶା ବାନ୍ଧି ବସିଥିବା ବେଳେ,ସେହି ଅଂଚଳରେ ୧୦ ବର୍ଷ ଧରି ଲୋକଙ୍କ ସେବା ସହିତ ଆଇନଜୀବୀ ତଥା ସ୍ୱାଧୀନ ପ୍ରାର୍ଥୀ ତ୍ରୋଇଲୋକ୍ୟ ମଙ୍ଗରାଜ ମଧ୍ୟ ବିଜୟୀ ହେବ ନେଇ ପାଗ ଭିଡି ସାରିଛନ୍ତି I ତେଣୁ ସେଠାରେ ମୁଖ୍ୟତଃ ବିଜେଡି ର ଏହି ଦୁଇ ଗୋଷ୍ଠୀ ମଧ୍ୟରେ କଡା ଟକ୍କର ହେବ ବୋଲି ଜଣI ପଡିଛି I

Leave A Reply

Your email address will not be published.