ଵଜ୍ରIସନ : ଯୁବପିଢ଼ି ପାଇଁ ଅତ୍ୟନ୍ତ ଜରୁରୀ

76

ସବୁଠାରୁ ସହଜ ଆସନ ହେଉଛି ଵଜ୍ରIସନ I ଏହି ଆସନ କରିବା ଯେତିକି ସହଜ, ଏହାର ଲାଭ ଏହାଠାରୁ ବହୁଗୁଣା ଅଧିକ I ବିଶେଷକରି ଆଜିର ଯୁବ ପିଢ଼ି ପାଇଁ ଏହି ଆସନ ଅତ୍ୟନ୍ତ ଲାଭଦାୟକ I କାରଣ ଆମର ଯୁବ ପିଢ଼ି ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସି କାର୍ଯ୍ୟରତ ଥାନ୍ତି I ଅନେକ ସମୟ ରେ ଗୋଟିଏ ଜାଗାରେ ଠିଆ ହୋଇ ମଧ୍ୟ କାମ କରିଥାନ୍ତି I ଏପରି ପରିସ୍ଥିତିରେ ପାଦର ମାଂସପେଶୀ ଉପରେ ଅତିରିକ୍ତ ଚାପ ପଡିଥାଏ ଏବଂ ଶରୀରରେ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇନଥାଏ I

କେମିତି କରିବେ ଵଜ୍ରIସନ:
ଵଜ୍ରIସନ କରିବା ପାଇଁ ଆପଣଙ୍କୁ କୌଣସି ବିଶେଷ ପ୍ରୟାସ କରିବାକୁ ପଡିବ ନାହିଁ I କେବଳ ମନକୁ ସ୍ଥିର କରି ଶାନ୍ତ ଭାବରେ ଗୋଟିଏ ଜାଗାରେ ବସନ୍ତୁ I ନହେଲେ ମଧ୍ୟ ଆପଣ ଯଦି ଆପଣ ଟିଭି ଦେଖିବା ସମୟରେ ବିଛଣା ଉପରେ ବସି ମଧ୍ୟ ଏହି ଆସନ କରିପାରିବେ I କିନ୍ତୁ ଆପଣଂକର ବିଛଣା ଅତ୍ୟଧିକ ମୋଟା ହେବ ଉଚିତ ନୁହେଁ I ନ ହେଲେ ଆପଣଙ୍କ ଶରୀରର ସନ୍ତୁଳନ ବିଗିଡି ଯିବାର ସମ୍ଭାବନା ରହିଛି I ଆପଣ ଚାହିଁଲେ ଖାଇସାରି ମଧ୍ୟ ଏହା କରିପାରିବେ ଏମିତି ବସନ୍ତୁ :
ଵଜ୍ରIସନ କରିବା ପାଇଁ , ନିଜର ଦୁଇ ଗୋଡକୁ ପଛକୁ ଭାଙ୍ଗି ଆଣ୍ଠୁ ଉପରେ ବସନ୍ତୁ I ଅଣ୍ଟା, ପିଠି ଏବଂ କାନ୍ଧକୁ ସିଧା ରଖନ୍ତୁ I ବେକକୁ ସିଧା କରି ମୁହଁକୁ ଆଗ ଆଡକୁ ରଖନ୍ତୁ I ଧ୍ୟାନ ଅବସ୍ଥାରେ ଉଭୟ ହାତକୁ ଆଣ୍ଠୁ ଉପରେ କିମ୍ବା କୋଳରେ ରଖନ୍ତୁ I ଆଖି ବନ୍ଦ କରି ଗଭୀର ଶ୍ୱାସ ନେଇ ମନ କୁ ଶାନ୍ତ କରନ୍ତୁ I

କଣ ଉପକାର ମିଳିଥାଏ
ଵଜ୍ରIସନ କରିବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ଅଛି I ଏହି ଆସନ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ବ୍ୟତୀତ ଏହା ଆପଣଂକ ଶରୀର ଗଠନ କୁ ଆକାର ଦେବାରେ ସହାୟକ ହୋଇଥାଏ I ଵଜ୍ରIସନ ର ଉପକାରିତା ଜାଣନ୍ତୁ :

ଦୈନିକ ଵଜ୍ରIସନ କଲେ ଆପଣଙ୍କ ଜଠରାଗ୍ନି କୁ ବଢ଼ିଥାଏ I ଜଠରାଗ୍ନି ବୃଦ୍ଧି ହେଲେ ଖାଦ୍ୟ ହଜମ ହୋଇ ଏହା ଶରୀରକୁ ଶକ୍ତି ଯୋଗାଇଥାଏ I ଏହା ପେଟର ଗ୍ୟାସ ଏବଂ ଅମ୍ଳ ସମସ୍ୟା କୁ ସମୂଳେ ଦୂର କରିଥାଏ I

ଉପକାରିତା :
ଵଜ୍ରIସନ କଲେ ଆମର ହୃଦୟକୁ ରକ୍ତ ସଂଚାଳନ ଉତ୍ତମ ହୋଇଥାଏ I ଏହି ଆସନ ଆମର ପିଠି ହାଡ ଅର୍ଥାତ୍ ମେରୁଦଣ୍ଡ ଏବଂ କାନ୍ଧ ସିଧା ରହିବା ହେତୁ , ଶରୀର ଉତ୍ତମ ଆକୃତି ପାଇ ଶରୀର ସୁଢଳ ହୋଇଥାଏ I ଏହା ସହିତ ଏହି ଆସନ ଠିଆ ହୋଇ କାମ କରୁଥିବା ବ୍ୟକ୍ତି ମାନଙ୍କର ପାଦର ହାଡ଼ ଯନ୍ତ୍ରଣାରୁ ମୁକ୍ତି ଦେଇ ମାଂସପେଶୀ କୁ ସୁଦୃଢ କରିଥାଏ I

ଵଜ୍ରIସନ ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଆପଣ ଏହାକୁ ଖାଇବା ପରେ ମଧ୍ୟ ତୁରନ୍ତ କରିପାରିବେ I ଯଦି ଆପଣଙ୍କର ଚାଲିବାକୁ ସମୟ ନାହିଁ କିମ୍ବା ଅଡୁଆ ସମୟ ହେତୁ ଆପଣ ୱାକ କରିପାରୁନାହାନ୍ତି , ତେବେ ଆପଣ ଵଜ୍ରIସନ କରିବା ସମୟରେ ଚାଲିବାର ଲାଭ ପାଇପାରିବେ I ଏହି ଆସନ ମହିଳା ମାନଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ କାରଣ ମହିଳାମାନଙ୍କର ମାସିକ ଋତୁଚକ୍ର ସମୟରେ ପେଟ ଯନ୍ତ୍ରଣା ଏବଂ ମାନସିକ ଚିଡିଚିଡା ପିନ ରୁ ମଧ୍ୟ ଏହା ମୁକ୍ତି ଦେଇଥାଏ Iଉତ୍ତମ ଫଳାଫଳ ପାଇଁ, ଆପଣ ପ୍ରତିଦିନ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଵଜ୍ରIସନ କରିବା ଜରୁରୀ I ଆପଣ ଧୀରେ ଧୀରେ ଏହାର ସମୟ ବୃଦ୍ଧି କରିପାରିବେ I

Comments are closed, but trackbacks and pingbacks are open.