ବାଇଜୁର ପ୍ରତିଷ୍ଠାତା ରବିନ୍ଦ୍ରନଙ୍କୁ ୬ ମାସ ଜେଲ ଦଣ୍ଡ

27

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଏଡ୍‌ଟେକ୍‌ କମ୍ପାନୀ ‘ବାଇଜୁସ୍’ (Byju’s)ର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନଙ୍କ ଅଡ଼ୁଆ ବଢ଼ିଛି। ସିଙ୍ଗାପୁର କୋର୍ଟରୁ ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଅଦାଲତଙ୍କ ଆଦେଶ ଅବମାନନା ମାମଲାରେ କୋର୍ଟ ତାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଅଦାଲତଙ୍କ କହିବା ଅନୁସାରେ, ରବିନ୍ଦ୍ରନ ଏପ୍ରିଲ ୨୦୨୪ ପରଠାରୁ ତାଙ୍କ ସମ୍ପତ୍ତି ସମ୍ପର୍କିତ ଅନେକ କୋର୍ଟ ଆଦେଶକୁ ବାରମ୍ବାର ଉଲ୍ଲଂଘନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିବାରୁ ତାଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବେଳ ଭାରତ ନୁହେଁ, ବରଂ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ଷ୍ଟାର୍ଟଅପ୍ କମ୍ପାନୀର ମୁଖ୍ୟ ଜେଲ୍ ଯିବା ଖବର ଏବେ ବ୍ୟବସାୟିକ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.