ମହିଳା ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ହେଲା ଅଷ୍ଟ୍ରେଲିଆ

23

ନୂଆଦିଲ୍ଲୀ: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ l ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଆରମ୍ଭରୁ ଦୁଇ ଓପନରଙ୍କ ଉଇକେଟ ହରାଇଥିଲା। ଆଲିସ କାପସେ ୨୩ ରନ କରିଥିବା ବେଳେ ହେଥର ନାଇଟ୍‌ ୨ରନ କରିପାରିଥିଲେ । ଅଧିନାୟିକା ସ୍କିଭର-ବ୍ରଣ୍ଟ ଓ ଫ୍ରେୟା କେମ୍ପ ପଞ୍ଚମ ଉଇକେଟରେ ୫୫ ବଲରେ ୮୦ ରନର ପାର୍ଟରନଶିପ କରିଥିଲେ। ଫଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୫୦ ରନ କରିଥିଲା। ସ୍କିଭର ବ୍ରଣ୍ଟ ୫୩ ବଲରେ ୫୮ ରନ ଓ କେମ୍ପ ୨୮ ବଲରେ ୪୪ ରନ କରି ଅପରାଜିତ ରହିଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୭.୧ ଓଭରରେ ୩ ଉଇକେଟ ହରାଇ ୧୫୩ ରନ କରି ନେଇଥିଲା। ଦଳ ପାଇଁ ବେଥ ମୁନି ୪୯ ବଲରେ ୬୪ ରନ ଓ ଫୋଏବେ ଲିଚ୍‌ଫିଲ୍ଡ ୩୫ ବଲରେ ୪୮ ରନ କରିଥିଲେ।ଏହା ଅଷ୍ଟ୍ରେଲିଆ ମହିଳା ଦଳ ପାଇଁ ୧୪ତମ ଆଇସିସି ଟ୍ରଫି।

Comments are closed, but trackbacks and pingbacks are open.