ଫଟୋ ଉଠାଇବା ବେଳେ ମହିଳା କନଷ୍ଟେବଳଙ୍କୁ ଗୁଳିକରି ହତ୍ୟା ଉଦ୍ୟମ

167

ପାଟନା: ମହିଳା କନଷ୍ଟେବଲଙ୍କୁ ଗୁଳି କରି ହତ୍ୟା ଉଦ୍ୟମ । ପାଟନା ମେରାଇନ ଡ୍ରାଇଭରେ ଫଟୋ ଉଠାଇବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଅଚାନକ ଗୁଳିମାଡ କରିଥିଲେ । ଗୁରୁତର ମହିଳା କନଷ୍ଟେବଲ ପମି ଖାତୁନ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କନଷ୍ଟେବଲ ପମି ଖାତୁନ ପାଟନା ପୋଲିସ ଲାଇନର ଏଚଆରଏମଏସରେ କାର୍ଯ୍ୟରତ ଅଛନ୍ତି । ପମି ଖାତୁନ, ସବ ଇନ୍ସପେକ୍ଟର ଓ ତାଙ୍କର ଜଣେ ବନ୍ଧୁ ମେରାଇନ ଡ୍ରାଇଭ ଯାଇଥିଲେ । ସେଠାରେ ସେମାନେ ଫଟୋ ଉଠାଉଥିଲେ । ହଠାତ କେହି ଜଣେ ତାଙ୍କ ଉପରକୁ ଗୁଳିମାଡ କରିଥିଲା । ଗୁଳି ତାଙ୍କ ହାତରେ ଆସି ବାଜିଥିଲା ।

ଏନେଇ ସେ କହିଛନ୍ତି କେହି ତାଙ୍କୁ ଟାର୍ଗେଟ କରି ଗୁଳିମାଡ କରିଛି । କିଛି ଲୋକ ତାଙ୍କୁ ଦୀଘା ଗୋଲମ୍ୱରର ଠିକଣା ପଚାରିଥିଲେ । ପରେ ତାଙ୍କ ଉପରକୁ ଗୁଳି ଚଳାଇ ପଳାଇଯାଇଥିଲେ । କନଷ୍ଟେବଲଙ୍କ ସ୍ୱାମୀଙ୍କ କହିବା କଥା ଏହା ପଛରେ ନିଶ୍ଚୟ କିଛି ଷଡଯନ୍ତ୍ର ରହିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.