ଆନ୍ଦୋଳନରୁ ଓହରିଲା ଆଶାୟୀ ଶିକ୍ଷକ ସଂଘ

54

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଚାଲିଥିବା ‘ଅଲ୍‌ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ’ର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୬ ଦଫା ଦାବି ନେଇ ଆଶାୟୀମାନେ ଅହୋରାତ୍ର ଧାରଣାରେ ବସିଥିବା ବେଳେ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ଧାରଣାରୁ ଓହରିଛନ୍ତି। ସଂଘର ପ୍ରତିନିଧିମାନଙ୍କ ସହ ଆଲୋଚନା ସମୟରେ ୬ ଦଫା ଦାବି ସମ୍ପର୍କରେ ସରକାରଙ୍କ ପକ୍ଷରୁ ସକାରାତ୍ମକ ଆଶ୍ୱାସନା ମିଳିଥିବା ସୂଚନା ମିଳିଛି। ଆଗାମୀ ୪ ମାସ ମଧ୍ୟରେ ସମସ୍ତ ଦାବି ପୂରଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାବିଗୁଡ଼ିକ ପୂରଣ ନହେଲେ ସଂଘ ଆଗାମୀ ଦିନରେ କଠୋର ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି।

Comments are closed, but trackbacks and pingbacks are open.