ଏନସିବି ନିକଟରେ ହାଜର ହେଲେ ଆର୍ଯ୍ୟନ୍ ଖାନ୍

23

ମୁମ୍ବାଇ ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଆଜି ପୁଣି ଏନସିବି ନିକଟରେ ହାଜର ହେଇଥିଲେ ଆର୍ଯ୍ୟନ୍ ଖାନ୍ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା ଏନସିବି । ଗିରଫ ହୋଇ ଦୀର୍ଘ ୨୬ ଦିନ ପର୍ଯ୍ୟନ୍ତ ଜେଲରେ ଥିବା ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନ ବାରମ୍ବାର ଖାରଜ ହେବାପରେ , ଶେଷରେ ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହାପରେ ଜେଲରୁ ମୁକୁଳି ନିଜ ଘରକୁ ଫେରିଥିଲେ ଆର୍ଯ୍ୟନ୍ ଖାନ୍ । ତେବେ ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । ସେହି ସର୍ତ୍ତ ଅନୁଯାୟୀ , ପ୍ରତି ସପ୍ତାହରେ ଏନସିବି ନିକଟରେ ହାଜର ହେବେ ଆର୍ଯ୍ୟନ ଖାନ୍ । ତେଣୁ ଆଜି ଆର୍ଯ୍ୟନ ଖାନ୍ ଏନସିବି ନିକଟରେ ଯାଇ ହାଜର ହୋଇଛନ୍ତି ।

Leave A Reply

Your email address will not be published.