ଏସିଆନ୍ ପାରା ଗେମ୍ସରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଭାରତୀୟ ଖେଳାଳି ଗିରଫ

23

ନୂଆଦିଲ୍ଲୀ:ଭାରତୀୟ ଖେଳାଳି ମହମ୍ମଦ ସାମ୍ସ ଆସଲାମ୍ ଶେଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି । ୪୦ ବର୍ଷୀୟ ଶେଖଙ୍କ ବିରୋଧରେ ଜଣେ ମହିଳା ହୋଟେଲ କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଜାପାନ ପୋଲିସ ଶେଖଙ୍କୁ ଅଟକ ରଖି ତାଙ୍କୁ ଭାରତକୁ ପଠାଇ ଦିଆଯାଇଛି ।ସୂଚନା ଅନୁଯାୟୀ ଗତ ସୋମବାର ଦିନ ଭାରତୀୟ ଦଳ ଏକ ହୋଟେଲରେ ରହିଥିଲେ । ଏଠାରେ ପାରା ସୁଇମିଂ ଟିମ୍ ରହିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଜଣେ ମହିଳା ହାଉସକିପିଂ କର୍ମଚାରୀ ଶେଖଙ୍କ ରୁମରେ କିଛି କାମ କରୁଥିଲେ । ଏତିକି ବେଳେ ଶେଖ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।ଘଟଣାକୁ ନେଇ ମହିଳା ସ୍ଥାନୀୟ ଆୟୋଜନ ସମିତି ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ । ପରେ ଭାରତୀୟ ଅଧିକାରୀଙ୍କୁ ଏବାବଦରେ ସୂଚନା ଦିଆଯାଇଥିଲା । ସୋମବାର ଜାପାନ ପୋଲିସ ଶେଖଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଭାରତ ପଠାଇ ଦେଇଛି । କୌଣସି ଇଭେଣ୍ଟରେ ଭାଗ ନନେଇ ସେ ଭାରତ ଫେରି ଆସିଛନ୍ତି ।ମାମଲାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ବା ପିସିଆଇ ତଦନ୍ତ ଆରମ୍ଭ କରିଛି । ଶେଖଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ବିଚାରବିମର୍ଶ ଚାଲିଛି । ଘଟଣାକୁ ନେଇ ପାରା ଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆ ତାଙ୍କ ବିରୋଧରେ ଆଜୀବନ ବ୍ୟାନ୍ ଲଗାଇବାକୁ ବିଚାର କରୁଛି ।

Comments are closed, but trackbacks and pingbacks are open.