ପଶ୍ଚିମବଙ୍ଗରେ ନୂଆ ମିସାଇଲ୍ ଟେଷ୍ଟିଂ ସେଣ୍ଟରକୁ ମଞ୍ଜୁରି

23

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଶତ୍ରୁଙ୍କୁ ଚେକ୍ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି ଭାରତ । ତେଣୁ ଦେଶରେ ଆଉ ଏକ ମିସାଇଲ୍ ଟେଷ୍ଟିଂ ସେଣ୍ଟର ତିଆରି ହେବ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର ଜୁନପୁଟ ଗାଁରେ ଡିଆରଡିଓକୁ ଏକ ନୂଆ ମିସାଇଲ୍ ଏବଂ ରାଡାର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଞ୍ଜୁରି ମିଳିଛି । ସୂଚନା ଅନୁଯାୟୀ, ୨୦୨୪ଏପ୍ରିଲରେ ଡିଆରଡିଓ ଓଡିଶାର ଚାନ୍ଦିପୁରରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟିଂ ରେଞ୍ଜ୍ ସହ ପୂର୍ବ ମେଦିନିପୁର ଉପକୂଳରେ ଆଉ ଏକ ଟେଷ୍ଟିଂ ରେଞ୍ଜ୍ ପାଇଁ ପ୍ରସ୍ତାବ ଦେଇଥିଲା । ସେହି ସମୟରେ ଟିଏମସି ସରକାର ଏଥିପାଇଁ ଜମି ଦେଇନଥିଲେ । ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଶୁଭେନ୍ଦୁ ସରକାରଶୁକ୍ରବାର ଡିଆରଡିଓକୁ ଏହି ପ୍ରକଳ୍ପ ପାଇଁ ଏକ ପତ୍ର ପଠାଇଛନ୍ତି । ଏଥିରେ ସେ ଜମି ପାଇଁ ମଞ୍ଜୁରି ପ୍ରଦାନ କରିଥିବା କହିଛନ୍ତି । ଏହା ପଶ୍ଚିମବଙ୍ଗର ବିକାଶରେ ଏକ ବଡ଼ ପ୍ରକଳ୍ପ ହେବ ବୋଲି ଚିଠିରେ ଉଲ୍ଲେଖ ଅଛି । ମଞ୍ଜୁରି ମିଳିବା ପରେ ଏବେ ଖୁବ୍ ଶୀଘ୍ର ଡିଆରଡିଓ କାମ ଆରମ୍ଭ କରିବ । ତେବେ ପଶ୍ଚିମବଙ୍ଗର ପ୍ରସ୍ତାବିତ ଟେଷ୍ଟିଂ ରେଞ୍ଜ୍ ଚାନ୍ଦିପୁର ରେଞ୍ଜ୍ ଏବଂ ଆନ୍ଧ୍ର ପ୍ରଦେଶରେ ପ୍ରସ୍ତାବିତ ଟେଷ୍ଟିଂ ସେଣ୍ଟର ପରେ ତୃତୀୟ ବୃହତ ସେଣ୍ଟର ହେବ । ଏହା ଓଡିଶାରୁ ମଧ୍ୟ କାମ କରିପାରିବ ।

Comments are closed, but trackbacks and pingbacks are open.