ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ସଂକ୍ରମିତ ହୋଇ ,ଏଆଇଜି ହସ୍ପିଟାଲରେ ଭର୍ତ୍ତି ; ଟୁଇଟ୍‌ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

0 112

ଗତକାଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣାପଡିଛି । ଅସୁସ୍ଥ ଶ୍ରୀ ହରିଚନ୍ଦନଙ୍କୁ ବିଜୟାୱାଡାରୁ ହାଇଦ୍ରାବାଦ୍‌କୁ ଏୟାର ଲିଫ୍ଟ କରାଯାଇଛି । ବର୍ତ୍ତମାନ ସେ ଗଞ୍ଚିବୋଲିର ଏଆଇଜି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ଅପରପକ୍ଷରେ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଅସୁସ୍ଥତା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କର ଆଶୁ ଆରୋଗ୍ୟ କାମନା କରି
ଟୁଇଟ୍‌ କରି ଲେଖିଛନ୍ତି ‘ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି । ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି’ ।

Leave A Reply

Your email address will not be published.