ଭୁବନେଶ୍ୱର: କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଅମୀୟ ପାଣ୍ଡବ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ପଠାଇ ଦେଇଛନ୍ତି । ଅମୀୟ ପାଣ୍ଡବ କେବଳ ଦଳରୁ ଇସ୍ତଫା ଦେଇ ନାହାଁନ୍ତି ବରଂ ସକ୍ରିୟ ରାଜନୀତିରୁ ମଧ୍ୟ ସନ୍ନ୍ୟାସ ନେଇଛନ୍ତି। ସେ ନିଜର ସାମାଜିକ ଗଣ ମାଧ୍ୟମରେ ଏକ ଭିଡ଼ିଓ ଜରିଆରେ ସୂଚନା ଦେଇଛନ୍ତି ଯେ, ସେ ସ୍ୱେଚ୍ଛାକୃତଭାବେ ରାଜନୀତି ଛାଡ଼ିଛନ୍ତି । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପରେ ରୋଷ ଝାଡ଼ିଛନ୍ତି । ଭକ୍ତ ଦାସଙ୍କ ଦଳ ପାଇଁ ସେ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି । ସେ ୨୦୧୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳରେ ଥିବା ସମୟରେ ସେ କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବା ସହ ଦଳର ସୋସିଆଲ ମିଡିଆ ସେଲ୍ର ଅଧ୍ୟକ୍ଷ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଥିଲେ। ଅମୀୟ ପାଣ୍ଡବ ଜନତା ଦଳ (ସେକ୍ୟୁଲାର)ରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ୨୦୧୭ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସରେ ପିସିସି ସେକ୍ରେଟାରୀ, ମୁଖପାତ୍ର ଏବଂ ସୋସିଆଲ ମିଡିଆ ଚେୟାରମ୍ୟାନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ।
Comments are closed, but trackbacks and pingbacks are open.