ନଭେମ୍ବର ରେ ଲାଗୁ ହେବ ଏହି ସବୁ ବିଶେଷ ନିୟମ

0 104

ନଭେମ୍ବର ୧ ତାରିଖରୁ ବ୍ୟାଙ୍କରେ ଟଙ୍କା ଜମା କରିବାଠୁ ଗ୍ୟାସ ସିଲିଣ୍ଡର ବୁକିଂ ଆଦିରେ ପରିବର୍ତନ ହେବାକୁଯାଉଛି । ତେବେ ଜାଣନ୍ତୁ ଏହି ପରିବର୍ତ୍ତନ ନିୟମ :

୧. ନଭେମ୍ବର ୧ ରୁ ବ୍ୟାଙ୍କରେ ଟଙ୍କା ଜମା କରିବା ଓ କାଢିବାକୁ ଚାର୍ଜ ଦେବାକୁ ପଡିବ। ବ୍ୟାଙ୍କ ଅଫ ବରୋଦା ଏହା ଆରମ୍ଭ କରିଛି। ବ୍ୟାଙ୍କ ଅଫ ବରୋଦା ଅନୁଯାୟୀ ନିର୍ଦ୍ଧାରିତ ଲିମିଟରୁ ଅଧିକ ବ୍ୟାଙ୍କିଙ୍ଗ ଉପରେ ଗ୍ରାହକଙ୍କୁ ଅଲଗା ଅଲଗା ଶୁଳ୍କ ଦେବାକୁ ପଡିବ। ତାଛଡା ଋଣ ଖାତା ପାଇଁ ଗ୍ରାହକଙ୍କୁ ୧୫୦ ଟଙ୍କା ଦେବାକୁ ପଡିବ।

ନୂଆ ନିୟମ ଅନୁଯାୟୀ, ଶେଭିଂ ଆକାଉଣ୍ଟରେ ୩ ଥର ଟଙ୍କା ଜମା କରିବା ମାଗଣା ରହିବ କିନ୍ତୁ ମାସେ ଭିତରେ ୩ ଥରରୁ ଅଧିକ ଥର ଟଙ୍କା ଜମା କଲେ ପ୍ରତ୍ୟେକଥର ୪୦ ଟଙ୍କା ଶୁଳ୍କ ଦେବାକୁ ପଡିବ। ଜନଧନ ଖାତାଧାରକଙ୍କୁ ୩ ଥରରୁ ଅଧିକ ଜମା କଲେ କୌଣସି ଶୁଳ୍କ ଦେବାକୁ ପଡ଼ିବନି। ମାତ୍ର ଟଙ୍କା ୱିଥଡ୍ର କଲେ ୧୦୦ ଟଙ୍କା ଦେବାକୁ ପଡିବ।

୨. ନଭେମ୍ବର ଆରମ୍ଭରୁ ଭାରତୀୟ ରେଳବାଇ ଟ୍ରେନ ଟାଇମ ଟେବୁଲ ପରିବର୍ତନ କରିବାକୁ ଯାଉଛି। ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ଏହା ପୂର୍ବରୁ ଅକ୍ଟୋବର ୧ ରୁ ବଦଳିବାର ଥିଲା କିନ୍ତୁ କୌଣସି କାରଣରୁ ଏହାକୁ ନଭେମ୍ବର ୧ ଯାଏଁ ସ୍ଥଗିତ କରାଯାଇଥିଲା। ଆସନ୍ତା ୧ ତାରିଖରୁ ଟ୍ରେନର ନୂଆ ଟାଇମ ଟେବୁଲ ଲାଗୁ କରାଯିବ। ଏହି ପରିବର୍ତନରେ ୧୩ ହଜାର ଯାତ୍ରୀବାହୀ ଟ୍ରେନ ଓ ୭ ହଜାର ମାଲବାହୀ ଟ୍ରେନ ସାମିଲ କରାଯାଇଛି। ତାଛଡା ଦେଶରେ ଚାଲୁଥିବା ପ୍ରାୟ ୩୦ ଟି ରାଜଧାନୀ ଟ୍ରେନ ସମୟ ମଧ୍ୟ ପରିବର୍ତନ ହେବ।

୩. ଆସନ୍ତା ୧ ତାରିଖରୁ ଗ୍ୟାସ ସିଲିଣ୍ଡର ବୁକିଂ ପରେ ଗ୍ରାହକଙ୍କୁ ତାଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ବିନା ଓଟିପିରେ ବୁକିଂ ହେବନାହିଁ। ଡେଲିଭରୀ ବୟ କୁ ଓଟିପି ଦେବାପରେ ଗ୍ରାହକ ସିଲିଣ୍ଡର ନେଇପାରିବେ।

ସିଲିଣ୍ଡର ଡେଲିଭରୀ ପଲିସୀ ଅନୁଯାୟୀ, ଗ୍ରାହକଙ୍କୁ ନିଜ ନାମ, ଠିକଣା ଓ ମୋବାଇଲ ନମ୍ବର ଅପଡେଟ କରିବାକୁ ପରାମର୍ଶ ଦେଇଛି ଯେପରି ସିଲିଣ୍ଡର ଡେଲିଭରୀ ବେଳେ କୌଣସି ସମସ୍ୟା ନ ହେଉ। ତେବେ କମର୍ସିୟାଲ ସିଲିଣ୍ଡର ପାଇଁ ଏହି ନିୟମ ଲାଗୁ ହେବନାହିଁ।

Leave A Reply

Your email address will not be published.