୫ଜି ସେବା କାରଣ ରୁ ଆମେରିକାକୁ ଏୟାର ଇଣ୍ଡିଆ ର ସମସ୍ତ ବିମାନ ଉଡାଣ ବାତିଲ

0 107

ଆମେରିକା ତାର ବିମାନ ବନ୍ଦରରେ ଆଜିଠାରୁ ଆରମ୍ଭ କରିଛି 5G ଇଣ୍ଟରନେଟ୍‌ ସେବା। ତେବେ ଏହି 5G ସେବା ବିମାନ ପାଇଁ ବିପଦ ସୃଷ୍ଟି କରିପାରେ।ଏବଂ ସେବା ଯଦି ଆରମ୍ଭ ହୁଏ ତା’ହେଲେ ପୂର୍ବରୁ ଏୟାର ଇଣ୍ଡିଆ ନିଜ ବିମାନ ରଦ୍ଦ କରିବ ବୋଲି କହିଥିଲା। ଆଉ ଏବେ ଏୟାର ଇଣ୍ଡିଆ ଟ୍ୱିଟ୍‌ କରି ତା’ର ୪ଟି ବିମାନ ସେବାକୁ ବାତିଲ କରିଥିବା ସୂଚନା ଦେଇଛି।

ଏୟାରଲାଇନ୍ସର ସୂଚନା ଅନୁସାରେ, ବିମାନ ଚଳାଚଳ ତାର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ। ଯୁକ୍ତରାଷ୍ଟ୍ରରେ 5G ସେବା ଉଡ଼ାଣ ବାତିଲ ହେବାର କାରଣ ବୋଲି ଦର୍ଶାଯାଇଛି । ତେବେ ଅନ୍ୟ ଏକ ଟ୍ୱିଟରେ ଏୟାରଲାଇନ୍ସ କହିଛି ଯେ, ବୁଧବାର ଦିନ ୱାଶିଂଟନ୍ ଡିସିରୁ ଦିଲ୍ଲୀ ବିମାନ ଚଳାଚଳ କରିବ।
ଏ ସଂକ୍ରାନ୍ତରେ ଏୟାରଲାଇନ୍ସ ଇଣ୍ଡଷ୍ଟ୍ରି କହିଛି, 5G ଆରମ୍ଭ ହେବା ଦ୍ୱାରା ଏହାର ପ୍ରଭାବ ବୈଷୟିକ କାରଣରୁ ବିମାନ ସେବା ଉପରେ ପଡିବ। ମୁଖ୍ୟତଃ ବିମାନ ଲ୍ୟାଣ୍ଡିଂ ବେଳେ ଇଞ୍ଜିନ୍‌ ଏବଂ ବ୍ରେକିଂ ସିଷ୍ଟମ ଉପରେ ଏହା ପ୍ରଭାବ ପକାଇବ। ତେଣୁ ଏପରି ଆଶଙ୍କା କରି ବିମାନ ସେବା ରଦ୍ଦ କରିଛନ୍ତି ଏହି ସବୁ କମ୍ପାନୀ।

ଉଲ୍ଲେଖ ଯୋଗ୍ୟ ଯେ, ୟୁଏସ୍‌ ଆଧାରିତ ଏୟାରଲାଇନ୍ସ ଗ୍ରୁପ ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA)କୁ ଚିଠି ଲେଖି ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି। 5G ଯୋଗୁଁ ଭୟଙ୍କର ବିମାନ ସଙ୍କଟ ଆସିପାରେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ୟୁଏସ୍‌ ଆଧାରିତ ଏୟାରଲାଇନ୍ସ ଗ୍ରୁପରେ ୟୁନାଇଟେଡ୍ ଏୟାରଲାଇନ୍ସ, ଆମେରିକାର ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ ଏବଂ ଫେଡଏକ୍ସ ସାମିଲ ଅଛି।

Leave A Reply

Your email address will not be published.