ଛାତିରେ ଯନ୍ତ୍ରଣା ପରେ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି; ଡାକ୍ତର କହିଲେ ସୁସ୍ଥ ଅଛନ୍ତି

104

ବରିଷ୍ଠ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଗତକାଲି ରାତିରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ ଭଟ୍ଟାଲଙ୍କ ତତ୍ତ୍ଵାବଧାନରେ ଏହି ୬୬ ବର୍ଷୀୟ ଅଭିନେତାଙ୍କ ଚିକିତ୍ସା ଚଲାଛି । ଛାତି ସମସ୍ୟା ପାଇଁ ଅଭିନେତାଙ୍କୁ ଆଡମିଶନ କରାଯାଇଥିବା ସାର୍ ଗଙ୍ଗା ରାମ ହସ୍ପିଟାଲର ଚେୟାରମ୍ୟାନ୍ (ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ) ଅଜୟ ସୂରୂପ କହିଛନ୍ତି। ତାଙ୍କୁ ହସପିଟାଲର କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ରଖାଯାଇଛି।

ହସପିଟାଲ ପ୍ରଶାସନ ପକ୍ଷରୁ କୁହାଯାଇଛି, ଜଣାଶୁଣା ଅଭିନେତା ତଥା ଗାୟକ ଅନ୍ନୁ କପୁରଙ୍କୁ ଗୁରୁବାର ସକାଳେ ଛାତିରେ ଯନ୍ତ୍ରଣା ଯୋଗୁଁ ସାର ଗଙ୍ଗାରାମ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଏବେ କାର୍ଡିଓଲୋଜି ବିଭାଗରେ ଡା. ସୁଶାନ୍ତ ବଟ୍ଟଲଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ।

ଅନ୍ନୁ କପୁର ନିଜ କ୍ୟାରିଅରରେ ୨ଟି ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ, ୧ ଫିଲ୍ମପେୟାର ଆଓ୍ଵାର୍ଡ ଏବଂ ୨ଟି ଇଣ୍ଡିଆନ ଟେଲିଭିଜନ ଏକାଡେମୀ ଆଓ୍ଵାର୍ଡ ଜିତିଛନ୍ତି ।

Comments are closed, but trackbacks and pingbacks are open.