ଭଗବାନ ବିର୍ସା ମୁଣ୍ଡା ନଗର ଡେରାଡୁନ ରେ ଏବିଭିପିର ୭୧ତମ ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ

141

ଏବିଭିପି ଓଡ଼ିଶା ପୂର୍ବର ସୁବର୍ଣ୍ଣ ଜୟନ୍ତୀ ୫୦ତମ ରାଜ୍ୟ ଅଧିବେଶନ କଳା ସଂସ୍କୃତି ଓ ପରମ୍ପରା ର ମାଟି ଭଦ୍ରକଠାରେ ଅନୁଷ୍ଠିତ ହେବାକୁ ଯାଉଅଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୧ତମ ରାଷ୍ଟ୍ରୀୟ ଅଧିବେଶନ ଭଗବାନ ବିର୍ସା ମୁଣ୍ଡା ନଗର ଡେରାଡୁନ ଉତ୍ତରାଖଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ରାଷ୍ଟ୍ରୀୟ ଅଧିବେଶନ ରେ ଦେଶର ୪୬ଟି ସାଂଗଠାନିକ ପ୍ରାନ୍ତ ରୁ ପ୍ରାୟ ୧୨୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ମାନେ ଯୋଗଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୨୪ ଜଣ ପ୍ରତିନିଧି ମଧ୍ୟ ଯୋଗଦାନ କରିଥିଲେ।
ନୂତନ ଭାବେ ୨୦୨୫/୨୬ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ଡ .ରଘୁରାଜ କିଶୋର ତିୱାରୀ ଏବଂ ପୁନର୍ବାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭାବେ ଡ.ବିରେନ୍ଦ୍ର ସିଂ ସୋଲଙ୍କି ପୁନଃ ନିର୍ବାଚିତ ହେଇଛନ୍ତି। ଚଳିତ ରାଷ୍ଟ୍ରୀୟ ଅଧିବେଶନରେ ୫ଟି ପ୍ରସ୍ତାବ ପାରିତ ହେଇଛି।
ଠିକ୍ ସେହିପରି ଦାୟିତ୍ଵ ଘୋଷଣା ରେ ଓଡ଼ିଶାରୁ ପ୍ରାୟ ୧୧ଜଣ କାର୍ଯ୍ୟକର୍ତ୍ତାଙ୍କୁ ରାଷ୍ଟ୍ରୀୟ ଦାୟିତ୍ଵ ମଧ୍ୟ ପ୍ରଦାନ କରାଯାଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବର ସୁବର୍ଣ୍ଣ ଜୟନ୍ତୀ ରାଜ୍ୟ ଅଧିବେଶନ କଳା ଓ ସଂସ୍କୃତିର ମାଟି ଭଦ୍ରକ ଠାରେ ଆସନ୍ତା ଡ଼ିସେମ୍ବର ୨୩/୨୪/୨୫ ରେ ଅନୁଷ୍ଠିତ ହେବାକୁ ଯାଉଅଛି। ଯେଉଁଥିରେ ରାଜ୍ୟର ୨୩ ଟି ସାଂଗଠାନିକ ଜିଲ୍ଲାରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗଦାନ ଦେବାକୁ ଯାଉଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ,ରାଜ୍ୟ ସହ ସମ୍ପାଦକ ଶ୍ରୀ ରାଜକୁମାର ମିଶ୍ର,ଭୁବନେଶ୍ୱର ମହାନଗର ମିଡ଼ିଆ ସଂଯୋଜକ ଅଭିଷେକ ନାୟକ ବିଶେଷ ଭାବେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.