ରାଜ୍ୟର କରୋନା ସଂକ୍ରମଣ ସାମାନ୍ୟ କମିଲା ୧୮୫ ସଂକ୍ରମିତ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ

0 101

ଆଜି ରାଜ୍ୟରେ ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୫ ଜଣ ଥିବାବେଳେ ୧୦୯ ଜଣ ସଙ୍ଗରୋଧରୁ ଓ ୭୬ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ୧୮୫ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୪, ସମ୍ବଲପୁରରୁ ୧୮, ମୟୁରଭଞ୍ଜରୁ ୧୨, ଷ୍ଟେଟପୁଲରୁ ୧୮ ଜଣ ରହିଛନ୍ତି ।ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬ ହୋଇଥିଵାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୪ ହଜାର ୫୦୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୨୭୧୯ଟି ସକ୍ରିୟ ମାମଲା ରହିଛି । ସେହିପରି ଆଜି ରାଜ୍ୟରେ କରୋନା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ୬୬ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ୫୯ ବର୍ଷୀୟ ପୁରୁଷ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.