ନୂଆଦିଲ୍ଲୀ: ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ୍) ପାଇଁ ବଢ଼ିଲା ଅଡ଼ୁଆ। ଦଳର ସାତଜଣ ବିଦ୍ରୋହୀ ସାଂସଦଙ୍କୁ ରାଜ୍ୟସଭା ସଚିବାଳୟ ପକ୍ଷରୁ ବଡ଼ ସ୍ୱୀକୃତି ମିଳିଛି। ରାଘବ ଚଢ଼ାଙ୍କ ସମେତ ଏହି ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ଏବେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଦସ୍ୟ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି। ସୂଚନା ଅନୁସାରେ, ଆପ୍ରୁ ବହିଷ୍କୃତ ବା ବିଦ୍ରୋହୀ ହୋଇ ବିଜେପିରେ ସାମିଲ ହୋଇଥିବା ଏହି ସାଂସଦଙ୍କୁ ସ୍ୱୀକୃତି ମିଳିବା ପରେ ଉଚ୍ଚ ସଦନରେ ବିଜେପିର ସଦସ୍ୟ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଏହି ପଦକ୍ଷେପ କେଜରିୱାଲଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି, କାରଣ ଏହା ଦ୍ୱାରା ରାଜ୍ୟସଭାରେ ଆପ୍ର ସ୍ଥିତି ଦୁର୍ବଳ ହେବା ସହ ବିଜେପିର ଶକ୍ତି ବଢ଼ିଛି।
Comments are closed, but trackbacks and pingbacks are open.