ପ୍ରଧାନମନ୍ତ୍ରୀଙ୍କୁ କୁନି ପିଲା ବାନ୍ଧିଲେ ରାଖୀ

31

ନୂଆଦିଲ୍ଲୀ: ସମଗ୍ର ଦେଶରେ ଉତ୍ସାହର ସହିତ ପବିତ୍ର ରକ୍ଷାବନ୍ଧନ ପର୍ବ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍କୁଲ ପିଲାମାନେ ରାଖୀ ବାନ୍ଧିଛନ୍ତି। ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ ନିବାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁନି ପିଲାମାନେ ମୋଦୀଙ୍କ ହାତରେ ରକ୍ଷାସୂତ୍ର ବାନ୍ଧି ଆଶୀର୍ବାଦ ନେଇଥିଲେ। ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଭାବବିନିମୟ କରିବା ସହ ଖୁସିର ସମୟ ବିତାଇଥିଲେ। ଏହି ସ୍ମରଣୀୟ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ୭ ଲୋକ କଲ୍ୟାଣ ମାର୍ଗରେ ରକ୍ଷାବନ୍ଧନର ଉତ୍ସାହ ସଦା ସ୍ମରଣୀୟ ରହିବ।

Comments are closed, but trackbacks and pingbacks are open.