କିଟ୍ ଓ ଉତ୍କଳ ଚାମ୍ବର ଅଫ୍ କମର୍ସର ମିଳିତ ପ୍ରୟାସ

11

ଶିଳ୍ପ ଓ ଶିକ୍ଷା କ୍ଷେତ୍ରର ସମନ୍ୱୟ ନେଇ ଗୋଲଟେବୁଲ ବୈଠକ

ଭୁବନେଶ୍ୱର, ୨୫ ।୫: କିଟ୍ ବିଶ୍ୱବିଦ୍ୟାଳୟ ଏବଂ ‘ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌’ (ୟୁସିସିଆଇ) ମିଳିତ ଆନୁକୂଲ୍ୟରେ କିଟ୍ ବିଶ୍ୱବିଦ୍ୟାଳୟରେ ଗୋଲଟେବୁଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷା ଓ ଶିଳ୍ପ କ୍ଷେତ୍ର ମଧ୍ୟରେ ସହଯୋଗର ସୁଦୃଢ଼ିକରଣ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିଳ୍ପ ପ୍ରତିଷ୍ଠାନ ଏବଂ ଶିକ୍ଷାଦାନ ଶୈଳୀ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରାଇବା ଦିଗରେ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଳ୍ପ-ଶିକ୍ଷା ମଧ୍ୟରେ ଏକ ସୁଦୃଢ଼ ସମନ୍ୱୟ ରକ୍ଷା କରିବା, ଯାହା ଆଗାମୀ ଦିନରେ ଉଭୟ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ । ଏହି ବୈଠକରେ ଉଭୟ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ମଧ୍ୟରେ ରଣନୈତିକ ସଂପର୍କ ସ୍ଥାପନ, ମିଳିତ ଗବେଷଣା, ନୂତନ ଉଦ୍‍ଭାବନର ସୁଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ସହିତ ବର୍ତ୍ତମାନର ଷ୍ଟାର୍ଟଅପ୍ ବାତାବରଣକୁ ଅଧିକ କ୍ରିୟାଶୀଳ କରିବା ଏବଂ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ତଥା କାର୍ଯ୍ୟକ୍ଷମ କରି ଗଢ଼ିତୋଳିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୟୁସିସିଆଇ ସଭାପତି ପ୍ରବୋଧ ମହାନ୍ତି, କିଟ୍ ଉପ ସଭାପତି ଡ ଅଜୟ ପ୍ରଧାନ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ସାୱାଟେକ୍‍ ଓଡ଼ିଶା ପ୍ରକଳ୍ପ ମୁଖ୍ୟ ଡ ଦେବାଶିଷ ଦେବ, ଇଂ ସୁଶାନ୍ତ ରାଉତରାୟ, କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ ନିର୍ଦ୍ଦେଶକ ପ୍ରଫେସର କୁମାର ମହାନ୍ତି, କିଟ୍‍ ଟିବିଆଇ ମୁଖ୍ୟ ପ୍ରଫେସର ନମ୍ରତା ମିଶ୍ର, ପ୍ରମୁଖ ଯୋଗଦେଇ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

Comments are closed, but trackbacks and pingbacks are open.