ଜଘନ୍ୟ ହତ୍ୟାକାଣ୍ଡ, ସାମାନ୍ୟ ବଚସାକୁ ନେଇ ମାରିଦେଲା ସାଙ୍ଗ

801

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାର ଜଙ୍କିଆ ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ସାଙ୍ଗ ନିଜ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଶଗଡ଼ଭଙ୍ଗା ଗ୍ରାମର ରଶ୍ମିରଞ୍ଜନ ବଳିଆରସିଂ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ଜଙ୍କିଆ ପୁଲିସର ତନାଘନା ଆରମ୍ଭ କରିଛି।

ପ୍ରାଥମିକ ସୂଚନା ଅନୁଯାୟୀ ରଶ୍ମିରଞ୍ଜନ ଓ ସୋମନାଥ ଦୁଇଜଣ ଭଲ ସାଙ୍ଗ। ଉଭୟ ସାଙ୍ଗ ଦୀର୍ଘ ୭ ବର୍ଷ ହେଲା ଯାତ୍ରା ପାର୍ଟିରେ କାମ କରୁଥିଲେ। ନୂଆ ବର୍ଷରେ ଗାଁକୁ ଫେରିଥିବାବେଳେ ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ରଶ୍ମିରଞ୍ଜନକୁ ସୋମନାଥକୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଜଙ୍କିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.