‘ଓମିକ୍ରନ୍’ କୁ ନେଇ ମହାରାଷ୍ଟ୍ର ସରକାର ଙ୍କ କଡା ପଦକ୍ଷେପ ,ବିନା RT-PCR ଟେଷ୍ଟରେ ରାଜ୍ୟରେ ପ୍ରବେଶ ନିଷେଧ

23

କରୋନା ଭାଇରସ ର ନୂଆ ପ୍ରଜାତି ‘ଓମିକ୍ରନ୍’ କୁ ନେଇ ସାରା ବିଶ୍ୱ ର ଚିନ୍ତା ବଢିଛି I ଏ ସଂକ୍ରାନ୍ତରେ ଭାରତ ସରକାର ମଧ୍ୟ ଡିସେମ୍ବର ୧ ମଧ୍ୟ ରାତ୍ରରୁ ସଂଶୋଧିତ ଗାଇଡ଼ ଲାଇନ ପ୍ରଣୟନ କରିଛନ୍ତି Iଏହି ସମୟରେ, ମହାରାଷ୍ଟ୍ର ସରକାର କୋଭିଡ -19 ର ‘ଓମିକ୍ରୋନ’ ଭାରିଆଣ୍ଟର ସଂକ୍ରମଣ ଯାଞ୍ଚ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି ଏବଂ ସେହି ଅନୁସାରେ ମହାରାଷ୍ଟ୍ରକୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ପାଇଁ ଆରଟିଓ- PCR ୭ ବାଧ୍ୟତାମୂଳକ କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ଅନ୍ୟ ରାଜ୍ୟରୁ ଆସୁଥିବା ବିମାନ ଯାତ୍ରୀମାନଙ୍କୁ ଆରଟିଓ- PCR ଟେଷ୍ଟ ଦେବାକୁ ପଡିବ। ଏହାପୂର୍ବରୁ, କେବଳ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ RT-PCR ପରୀକ୍ଷା କରିବାକୁ ନିୟମ କରାଯାଇଥିଲା I ଏହା ସହିତ ମହାରାଷ୍ଟ୍ର ଭିତରକୁ ଯାଉଥିବା ସମସ୍ତ ଯାତ୍ରୀମାନଙ୍କୁ ଉଭୟ ପାନ କରୋନା ଟିକା ନେଇଥିବା ଆବଶ୍ୟକ I ଯଦି ଯାତ୍ରୀମାନେ ଟୀକାକରଣର ଉଭୟ ଡୋଜର ନେଇ ନ ଥିବେ ତେବେ ଯାତ୍ରୀମାନଙ୍କୁ RT-PCR ଟେଷ୍ଟ ଦେବାକୁ ପଡିବ ବୋଲି ମହା ରାଷ୍ଟ୍ର ସରକାର ଙ୍କ ପକ୍ଷରୁ କୁହାଯାଇଛି

ସୂଚନା ଅନୁସାରେ ନିକଟରେ ମହାରାଷ୍ଟ୍ରକୁ ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟାନ୍ୟ ସଂକ୍ରମିତ ଦେଶରୁ ଫେରିଥିବା ୬ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ପ୍ରଶାସନର ଚିନ୍ତା ବଢିଛି । ତେବେ ସେମାନଙ୍କ ଠାରେ ଏ ପର୍ଯ୍ୟନ୍ତ ‘ଓମିକ୍ରନ୍’ ଭୁତାଣୁ ଚିହ୍ନଟ ହୋଇନାହିଁ। ସୂଚନା ଦେଇ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସ କୁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହା ସହିତ, ତାଙ୍କର କଂଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଉଛି I

Leave A Reply

Your email address will not be published.