ଆଜି ରାଜ୍ୟରେ ସାମାନ୍ୟ କମିଛି ସଂକ୍ରମିତ ଙ୍କ ସଂଖ୍ୟା : ୧୯୧ ସଂକ୍ରମିତ ଚିହ୍ନଟ, ୧ ମୃତ

19

ରାଜ୍ୟରେ ବର୍ତ୍ତମାନ କରୋନା ଗ୍ରାଫ ଉପର ତଳ ହେବାରେ ଲାଗିଛି I ଗତ କିଛି ଦିନ ଧରି ଲଗାତାର ୨୦୦ ଉପରେ ସଂକ୍ରମଣ ରହୁଥିବାବେଳେ ଗତକାଲି ଏହା ପୁଣି ୩୦୦ ପାର କରିଥିଲା ସେହିପରି ଆଜି ପୁଣି ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇଛି I ଆଜି ରାଜ୍ୟରେ ୧୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୨ ଓ ସ୍ଥାନୀୟ ଅଞ୍ଚଳରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୩ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୬୮୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୮୬୪ ରହିଥିବା ବେଳେ ୨ ହଜାର ୩୫୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୦୭କୁ ବୃଦ୍ଧି ପାଇଛି । ବରଗଡ଼ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.