ପ୍ରଣବ ପ୍ରକାଶ ଙ୍କ ଟ୍ୱିଟ ର ଜବାବ ଦେଲେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, କହିଲେ ସେ ଆଇନ ବିଷୟରେ ଅଜ୍ଞ

24

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରେ ରାଜ୍ୟରେ ରାଜନୈତିକ ତାତି କମିବାର ନା ଧରୁନି I ଏହି ହତ୍ୟାକାଣ୍ଡ ମାମଲାରେ ଶାସକ ଦଳ ର ମନ୍ତ୍ରୀ ଙ୍କ ସମ୍ପୃକ୍ତି କୁ ନେଇ ବାରମ୍ବାର ବିରୋଧୀ ଦଳ ଆକ୍ରମଣ କରି ଚାଲିଥିବା ବେଳେ ,ଶାସକ ଦଳ ସବୁଥର ଭଳି ରକ୍ଷାତ୍ମକ ପୋଜିସନ ରେ ରହୁଛି I ନିଜ ଦଳର ମନ୍ତ୍ରୀ ଙ୍କୁ ଘଣ୍ଟ ଘୋଡାଇ ବିଭିନ୍ନ ପ୍ରକାର ବୟାନ ବାଜି ଦେଇ ମାମଲାକୁ ରଫାଦଫା କରିବାରେ ଲାଗିଛି I ସେହିପରି ଗତ ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରିଥିଲେ , ଏହାର ଜବାବରେ ବିଜେଡି ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍‌ କରି ଉତ୍ତର ଦେବା ସାଙ୍ଗକୁ ଧର୍ମେନ୍ଦ୍ରଙ୍କୁ ପାଲଟା ପ୍ରଶ୍ନ ପଚାରିଥିଲେ। ଏହି ଟ୍ୱିଟ ର ଜବାବ ଆଜି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଦେଇଛନ୍ତି ସେ କହିଛନ୍ତି ଯେ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଆଇନ୍‌ ବିଷୟରେ ଅଜ୍ଞ ଏବଂ ସେ ଜଣେ ଅହଙ୍କାରୀ ,ସେ ନିଜ ବୟାନ ରୁ ଏହା ପ୍ରମାଣ କରିଦେଲେ ।
ଅନ୍ୟପଟେ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଯଦି ଦମ୍‌ ଅଛି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ପ୍ରଣବ। ଗୃହ ଓ ଆଇନ ମନ୍ତ୍ରୀଙ୍କୁ ବହିଷ୍କାର କରି CBI ତଦନ୍ତ କରାନ୍ତୁ ବୋଲି ପୀତାମ୍ୱର କହିଛନ୍ତି। ଏଥିରୁ ଜଣାପଡ଼ିଯିବ ଏହି ଦୁଇ ମନ୍ତ୍ରୀ ଦୋଷୀ କି ନାହିଁ।
ସେହିପରି ଦୁଇ ଦିନ ତଳେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସିଧାସଳଖ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ , ଅହଂକାର ବେଶୀଦିନ ତିଷ୍ଠି ରହିବ ନାହିଁ। ତେବେ ଧର୍ମେନ୍ଦ୍ରଙ୍କ ପାଲଟା ପ୍ରଶ୍ନ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ସପକ୍ଷରେ ପ୍ରଣବ ପ୍ରକାଶ ଟ୍ୱିଟ୍‌ ପରେ ଟ୍ୱିଟ କରି ପ୍ରଶ୍ନ କରିଥିଲେ I

Leave A Reply

Your email address will not be published.