ପ୍ରଧାନମନ୍ତ୍ରୀ ଙ୍କ ସହିତ ଯୋଗୀ ନିଜ ଫୋଟୋ ସେୟାର କରି ଟ୍ୱିଟ କଲେ କବିତା

30

ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୬ ତମ ଡିଜିପି ଆଇଜିପି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ୩ ଦିନିଆ ଲକ୍ଷ୍ନୌ ଗସ୍ତରେ ଯାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଯୋଗୀ ନିଜ ଟ୍ୱିଟର ଆକାଉଣ୍ଟରେ ପିଏମ ମୋଦିଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ଯେଉଁଥିରେ ମୋଦି ଯୋଗୀଙ୍କ କାନ୍ଧରେ ହାତ ପକାଇ ବୁଲୁଥିବା ନଜର ଆସିଛନ୍ତି। ମୋଦି ଯୋଗୀଙ୍କ କାନ୍ଧରେ ହାତ ରଖି ରାଜଭବନ ଗଳିରେ ବୁଲୁଥିବା ଓ ଗମ୍ଭୀର ଆଲୋଚନା କରୁଥିବା ନଜର ଆସିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ରବିବାର ଦିନ ମୋଦିଙ୍କ ସହ ନିଜ ଫଟୋ ସେୟାର କରି ଏକ କବିତା ମାଧ୍ୟମରେ ନିଜ ବିଚାର ଟ୍ୱିଟ କରି ଲେଖିଛନ୍ତି, “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି।”

ତେବେ ଏହି ଫୋଟୋ ଦେଖି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି କି ଏହି ଚିତ୍ରଗୁଡ଼ିକରୁ ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଠି ଥିବା ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରୁଛନ୍ତି ।
ସୂଚନା ଅନୁସାରେ ଗତ କିଛି ମାସ ଧରି ପିଏମ ମୋଦୀ ଏବଂ ସିଏମ ଯୋଗୀଙ୍କ ମଧ୍ୟରେ ମତଭେଦ ରହିଛି ବୋଲି ଗୁଜବ ପ୍ରଚାରିତ ହେଉଥିଲା। ଏହି ଚିତ୍ରଗୁଡ଼ିକ ଦ୍ୱାରା ଗୁଜବକୁ ଅଗ୍ରାହ୍ୟ କରାଯାଇଛି ଏବଂ ପାର୍ଟି ରେ ସବୁ ଠିକ୍ ଅଛି ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ସ୍ପଷ୍ଟ କରିଛି ଯେ ବିରୋଧୀମାନେ କୌଣସି ଭୁଲ ବୁଝାମଣ ରେ ରୁହନ୍ତୁ ନାହିଁ I

Leave A Reply

Your email address will not be published.