T -20 କ୍ରିକେଟ ରେ ବିରାଟ କୋହଲି ଙ୍କ ରେକର୍ଡ ଭାଙ୍ଗିଲେ ମାର୍ଟିନ ଗୁପଟିଲ

22

ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲ ଟି -୨୦ ଫର୍ମାଟରେ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି। ମାର୍ଟିନ ଏହି ପ୍ରସଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି I
ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗୁପଟିଲ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ପଛରେ ପକାଇ ଟି -୨୦ ଫର୍ମାଟରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେଇପାରିଛନ୍ତି I ଏହି ରେକର୍ଡ ପୁରା କରିବା ପାଇଁ ଗୁପଟିଲଙ୍କୁ ମାତ୍ର ୧୧ ରନ୍ ଆବଶ୍ୟକ ଥିଲା I
ତେବେ ନ୍ୟୁଜିଲ୍ୟାଣ୍ଡକୁ ଶୀଘ୍ର ଆଉଟ କରିବା ପାଇଁ ଭାରତୀୟ ଦଳ କୁ ଏକ ସୁଯୋଗ ମିଳିଥିଲା କିନ୍ତୁ କେ.ଏଲ୍ ରାହୁଲ ଗୁପଟିଲଙ୍କ କ୍ୟାଚ କୁ ଲଙ୍ଗ ଅନରେ ହାତ ଛଡ଼ା କରିଥିଲେ I ଏହା ପରେ ମାର୍ଟିନ ଗୁପଟିଲ ଟି -୨୦ ରେ ସର୍ବାଧିକ ରନ୍ ସ୍କୋର କରି ରେକର୍ଡ ସୃଷ୍ଟି କରିଥିଲେ I
ବିରାଟ କୋହଲି ଟି -୨୦ ଫର୍ମାଟରେ ୮୭ ଇନିଂସରେ ୩୨୨୭ ରନ୍ କରିଥିବାବେଳେ ଗୁପଟିଲ ୩୨୨୮ ରନ କରିବା ପାଇଁ ୧୦୭ ଇନିଂସ ଖେଳିଥିଲେ I
ତେବେ ତୁଳନାତ୍ମକ ଭାବରେ ଦେଖାଗଲେ ବିରାଟ କୋହଲି କିୱି ର ଓପନିଂ ବ୍ୟାଟ୍ସମ୍ୟାମନ ଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବିରାଟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ହାରାହାରି ୫୨ .୦୪ ଥିବାବେଳେ ଗୁପଟିଲ୍ ହାରାହାରି ୩୨.୪୯ ପଏଣ୍ଟ ରେ ଅଛନ୍ତି I

Leave A Reply

Your email address will not be published.