ରେଳବାଇର ବଡ଼ ଘୋଷଣା ଟ୍ରେନରେ ଆମିଷ ବନ୍ଦ

20

ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି I ଖୁବ୍ ଶୀଘ୍ର ଟ୍ରେନ୍ ରେ ଆମିଷ ନେବା ଓ ଖାଇବା ଉପରେ ରୋକ୍ ଲଗାଯିବା ଉପରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିୟମ ଦେଶର ସବୁ ଟ୍ରେନ୍ ପାଇଁ ଲାଗୁ ହେବ । ତେବେ ଏହି ନିୟମ ସେହି ସବୁ ଟ୍ରେନ୍ ପାଇଁ ଲାଗୁ ହେବାକୁ ଯାଉଛି ଯେଉଁ ସବୁ ଧାର୍ମିକ ସ୍ଥଳ ଅଭିମୁଖେ ଯିବା ଆସିବା କରୁଛି । । ବର୍ତ୍ତମାନ ପାଇଁ କିଛି କିଛି ଟ୍ରେନ୍ ରେ ଏହା ଲାଗୁ ହୋଇଛି । ଧୀରେ ଧୀରେ ଧାର୍ମିକ ସ୍ଥଳକୁ ଯାଆସ କରୁଥିବା ସବୁ ଟ୍ରେନ୍ ପାଇଁ ଏହି ନିୟମ ଲାଗୁ କରିଦିଆଯିବ ।ଆମିଷ ବାରଣ କରାଯାଇଥିବା ଏହି ଟ୍ରେନ୍ ଗୁଡ଼ିକୁ ସାତ୍ୱିକ ଟ୍ରେନ୍ ଭାବରେ ସାର୍ଟିଫିକେସନ୍ କରାଯିବ । ଏନେଇ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ପକ୍ଷରୁ ସାତ୍ୱିକ କାଉନ୍ସିଲ ଅଫ୍ ଇଣ୍ଡିଆ ସହିତ ବୁଝାମଣା କରାଯାଇଛି । କାଉନ୍ସିଲ୍ ଏହିସବୁ ଟ୍ରେନ୍ କୁ ସାର୍ଟିଫିକେଟ୍ ଦେବ । ସାର୍ଟିଫିକେସନ୍ ପରେ ଏହି ଟ୍ରେନ୍ ସବୁ ସାତ୍ୱିକ ଟ୍ରେନ୍ ହୋଇଯିବ ।
ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଟ୍ରେନ୍ ରେ ପରସା ଯାଉଥିବା ଖାଦ୍ୟକୁ ଏଥିପାଇଁ ଖାଆନ୍ତି ନାହିଁ, କାରଣ ସେମାନଙ୍କ ମନରେ ଦ୍ୱନ୍ଦ ଥାଏ ଯେ, ଖାଦ୍ୟ ରେ ଆମିଷ ନା ନିରାମିଷ । ସ୍ୱଚ୍ଛତାର ସହିତ ରନ୍ଧା ଯାଇଥିବ କି ନାହିଁ? ଆମିଷ ଓ ନିରାମିଷ ଅଲଗା ଅଲଗା ରନ୍ଧାଯାଇଛି କି ନାହିଁ ? ତେଣୁ ଯାତ୍ରୀଙ୍କ ଏହି ସମସ୍ୟାକୁ ଦୂର କରିବାକୁ ଯାଇ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.