କୃଷି ଆଇନ ପ୍ରତ୍ୟାହାର ଘୋଷଣା ନେଇ କୃଷକ ସଂଗଠନ ଖୁସି ମନାଇଲେ

26

ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ଏହାପରେ କୃଷକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଯେଉଁମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିଲେ ସେମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ଏପରିକି ସିଙ୍ଘୁ ସୀମାରେ ଭଜନ ଓ କୀର୍ତ୍ତନ ଆୟୋଜିତ ହୋଇଯାଇଛି । ତେବେ କୃଷକ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ।

ସୂଚନାନୁସାରେ, କୃଷକମାନେ ଦୀର୍ଘ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ । ତିନୋଟି ଆଇନକୁ ଫେରସ୍ତ ନେବା ଓ ଏମଏସପି ଉପରେ ସ୍ୱତନ୍ତ୍ର ଆଇନ ଆଣିବାକୁ ସେମାନେ ଦାବି କରୁଥିଲେ । ଶୁକ୍ରବାର ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ଗାଜୀପୁର ସୀମାରେ ଚାଷୀମାନେ କୃଷକ ଏକତା ଜିନ୍ଦାବାଦ ନାରା ଦେଇଥିଲେ । ଏହାସହ ଖୁସି ମନାଇଥିଲେ ।

ସେହିପରି ମିଳିତ କୃଷକ ମଞ୍ଚ କହିଛି ଯେ, ସେ ନିଷ୍ପତ୍ତିକୁ ସ୍ୱାଗତ କରିଛି । ଏହାସହ କେବେ ସଂସଦରେ ଏନେଇ ବିଧିବଦ୍ଧ ପ୍ରକ୍ରିୟା ହେବ ତାକୁ ସେମାନେ ଅପେକ୍ଷା କରିବେ ।

ଏତତ୍ ବ୍ୟତୀତ ଭାରତୀୟ କୃଷକ ୟୁନିଅନର ନେତା ରାକେଶ ଟିକାୟତ ଶୁକ୍ରବାର କହିଛନ୍ତି ଯେ, ସଂସଦରେ ବିବାଦୀୟ ଆଇନ ସମ୍ପୂର୍ଣ୍ଣ ଭାବେ ରବ୍ଦ ହେଲା ପରେ ସେମାନେ ଆନ୍ଦୋଳନରୁ ହଟିବେ । ଏହାସହ ଏମଏସପି ମୂଲ୍ୟ ଓ ଅନ୍ୟ ପ୍ରସଙ୍କ ଉପରେ ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.