ଆନ୍ଧ୍ରପ୍ରଦେଶରେ ରାଜନୈତିକ ତାତି: ନାମାଙ୍କନ ଦାଖଲକୁ ନେଇ TDP-YSRCP ମୁହାଁମୁହିଁ

17

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଶାସକ ତେଲୁଗୁ ଦେଶମ ପାର୍ଟି (TDP) ଏବଂ ବିରୋଧୀ YSR କଂଗ୍ରେସ ପାର୍ଟି (YSRCP) କର୍ମୀମାନେ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଏହି ସଂଘର୍ଷ ସମୟରେ ପଥର ମାଡ଼, ଭଙ୍ଗାରୁଜା ଏବଂ ଏକ କାର୍‌ ପୋଡ଼ି ଦିଆଯାଇଥିବା ଖବର ସାମ୍ନାକୁ ଆସିଛି, ଯାହାକି ରାଜ୍ୟର ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି।ଅନ୍ୟପକ୍ଷରେ, YSRCP ଶାସକ ଦଳ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ଦର୍ଶାଇଛି ଯେ ନାମାଙ୍କନ କେନ୍ଦ୍ରରେ TDP ସମର୍ଥକମାନେ ଆତଙ୍କରାଜ ସୃଷ୍ଟି କରିଥିଲେ। ଜଣେ YSRCP ମହିଳା ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର କରାଯିବା ସହ ଜଣେ ନଅ ମାସର ଗର୍ଭବତୀ ମହିଳାଙ୍କୁ ଆକ୍ରମଣ କରାଯାଇ ତାଙ୍କ ନାମାଙ୍କନ ପତ୍ର ଚିରି ଦିଆଯାଇଥିବା ଦଳ ଅଭିଯୋଗ କରିଛି। ଏହାକୁ ଗଣତନ୍ତ୍ର ଉପରେ ଏକ ବଡ଼ ଆକ୍ରମଣ ବୋଲି ଦଳ ନିଜର X ଆକାଉଣ୍ଟରେ ଉଲ୍ଲେଖ କରିଛି।

Comments are closed, but trackbacks and pingbacks are open.