ଭିଜିଲାନ୍ସ ଜାଲରେ ଆର୍‌ଆଣ୍ଡ୍‌ବି ସହକାରୀ ନିର୍ବାହୀ ଯନ୍ତ୍ରୀ

37

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ କୋଠାବାଡ଼ି (R&B) ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଶ୍ରୀ ସେଠୀ ବର୍ତ୍ତମାନ ଯାଜପୁର ଜିଲ୍ଲା ବଡ଼ଚଣା R&B ସବ୍‌-ଡିଭିଜନ୍‌ରେ କାର୍ଯ୍ୟରତ ଅଛନ୍ତି। କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଆଜି ସକାଳୁ ଏକକାଳୀନ ୭ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି ଅପରେସନ୍‌ରେ ୩ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍ କଟକ ସିଡିଏ ସେକ୍ଟର-୭ସ୍ଥିତ ତିନି ମହଲା କୋଠା, କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍‌ ଓ ସିମ୍ପ୍ଲେକ୍ସ, କଟକ ୪୨ ମୌଜା ବାଣ୍ଟୁଣିଆସ୍ଥିତ ଶ୍ୱଶୁର ଘର, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆସ୍ଥିତ ଦୁଇ ମହଲା ଘର, ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା ଏବଂ ବଡ଼ଚଣାସ୍ଥିତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକକାଳୀନ ଯାଞ୍ଚ କରୁଛନ୍ତି।

Comments are closed, but trackbacks and pingbacks are open.