ମା’ ଦୁର୍ଗାଙ୍କୁ ବିଦାୟ: ଆଜି କଟକରେ ଜମିଲା ପ୍ରସିଦ୍ଧ ଭସାଣ ଶୋଭାଯାତ୍ରା

40

କଟକ: ଆଜି ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା। ପାରମ୍ପରିକ ବାଦ୍ୟଯନ୍ତ୍ର ଓ ମନ୍ତ୍ରର ଧ୍ୱନିରେ କଟକ ସହରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭସାଣ ଶୋଭାଯାତ୍ରା। ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ଭସାଣି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବା ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। ଶୋଭାଯାତ୍ରାକୁ ଶୃଙ୍ଖଳିତ ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଡିଜେ (DJ) ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ସହରର ବିଭିନ୍ନ ପୂଜା ମଣ୍ଡପରୁ ମା’ଙ୍କ ମେଢ଼ଗୁଡ଼ିକ ବାହାରି ସାହି ପରିକ୍ରମା ପୂର୍ବକ ଦେବୀଗଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗତରାତିରେ ସଫଳତାର ସହ ୧୬ଟି ମେଢ଼ ବିସର୍ଜନ କରାଯାଇସାରିଛି।

Comments are closed, but trackbacks and pingbacks are open.