କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଏବିଭିପିର ଧାରଣା; ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

23

କେନ୍ଦ୍ରାପଡ଼ା: ଭୋଟ ପୁନଃ ଗଣନା ଦାବି ପାଇଁ ଦାବି କରି କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜ ଆଗରେ ଏବିଭିପିର ଛାତ୍ରଛାତ୍ରୀଙ୍କ ଧାରଣା । ଫଳରେ ନବନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଏହି ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ସମ୍ପର୍କରେ ଘୋଷଣା କରିଛନ୍ତି। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ବର୍ତ୍ତମାନର କିଛି ଅପରିହାର୍ଯ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ଏହି ଉତ୍ସବ ଆଜି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ବିଜ୍ଞପ୍ତିରେ କୁହାଯାଇଛି, କିଛି ଅପରିହାର୍ଯ୍ୟ କାରଣବଶତଃ ନବନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ସ୍ଥଗିତ ରଖାଗଲା। ଅନ୍ୟପକ୍ଷରେ ଭୋଟ୍ ଗଣତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଏହି ଅଭିଯୋଗ ପରେ, ଭୋଟ୍ ଗଣତିର ସମୀକ୍ଷା ଦାବି କରି ଏବିଭିପି (ABVP) ସଦସ୍ୟମାନେ କଲେଜ ପରିସରରେ ଧାରଣାରେ ବସିଥିଲେ। ତେବେ ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ ପାଇଁ ନୂତନ ତାରିଖ ଘୋଷଣା କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.