ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜରେ ABVPର ବାଜିମାତ୍

20

ଭୁବନେଶ୍ୱର: ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ୍ ରାଜଧାନୀ ମହାବିଦ୍ୟାଳୟ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଫଳାଫଳ ସାମ୍ନାକୁ ଆସି ସାରିଛି। ଏହି ଦୁଇ କଲେଜରେ ବାଜି ମାରିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀଙ୍କ ବିଜୟ ହୋଇଛି। ବିଜେବି କଲେଜରେ ଆର୍ଯ୍ୟନ ମହାପାତ୍ର ସଭାପତି ପଦ ପାଇଥିବା ବେଳେ ରାଜଧାନୀ କଲେଜରେ ସଭାପତି ପଦରେ ବିଜୟୀ ହୋଇଛନ୍ତି ଅବିନାଶ ପାଢ଼ୀ। ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP)ର ବିଜୟ ହୋଇଛି। ସଭାପତି ଭାବେ ସ୍ୱାଧୀନ ଆଚାର୍ଯ୍ୟ ବିଜୟୀ ହୋଇଥିବା ବେଳେ ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲ ଜିତିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ୧୩ ପଦବୀରେ ABVP ପ୍ରତିନିଧିଙ୍କ ବିଜୟ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜରେ ABVPର ବିଜୟ, ଅନୁଗୋଳ ମହିଳା କଲେଜ ଓ କଟକ କଲେଜ ଏବଂ କିଶୋର ନଗର ଡିଗ୍ରୀ କଲେଜ୍‌ରେ ମଧ୍ୟ ABVPର ବିଜୟ ହୋଇଛି। ଧାମନଗର ମହାବିଦ୍ୟାଳୟରେ ABVPର ବିଜୟ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ସଭାପତି ପଦରେ ABVP ବିଜୟୀ ହୋଇଛି। ସେହିପରି ପାରାଦୀପ କଲେଜରେ ସଭାପତି ପଦରେ ABVP ବିଜୟୀ ହୋଇଛି।

Comments are closed, but trackbacks and pingbacks are open.