ପ୍ରକାଶ ପାଇଲା ଛାତ୍ର ସଂସଦ ନିର୍ବାଚନ ଫଳାଫଳ

18

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। କଟକର ଐତିହାସିକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମସ୍ତଙ୍କୁ ଚକିତ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଜ୍ଞା ପରମିତା ନାୟକ ସଭାପତି ପଦବୀ ଦଖଲ କରିଛନ୍ତି। ସେହିପରି ନୟାଗଡ଼ ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ କଲେଜ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ, ଝାରସୁଗୁଡ଼ା ପିକେଏସଏସ କଲେଜ ସମେତ କମଳା ନେହରୁ, ବାସୁଦେବପୁର, ଜୟପାଟଣା ଇନ୍ଦ୍ରାବତୀ, ପଟ୍ଟାମୁଣ୍ଡାଇ ଓ ଢେଙ୍କାନାଳ ଆଦି ବିଭିନ୍ନ କଲେଜରେ ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀମାନେ ବାଜି ମାରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରର ବିଜେବି ଓ ରାଜଧାନୀ କଲେଜ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ସମସ୍ତ ପଦବୀ), ଅନୁଗୋଳ ମହିଳା କଲେଜ, ଧାମନଗର, ପାରାଦୀପ, ବଲାଙ୍ଗିର ଓ ପାଟଣାଗଡ଼ ଆଦି ଶିକ୍ଷାନୁଷ୍ଠାନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀମାନେ ଜୟଲାଭ କରିଛନ୍ତି।

Comments are closed, but trackbacks and pingbacks are open.