ସୁକମାରେ ବିସ୍ଫୋରକ ନଷ୍ଟ ବେଳେ ଅଘଟଣ: ୪ ସିଆର୍‌ପିଏଫ୍ ଯବାନ ଗୁରୁତର

25

ସୁକମା: ଛତିଶଗଡ଼ର ସୁକମା ଜିଲ୍ଲାରେ ଅବ୍ୟବହୃତ ବିସ୍ଫୋରକ ସାମଗ୍ରୀ ନଷ୍ଟ କରିବା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏହି ବିସ୍ଫୋରଣରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍)ର ୪ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ସହକାରୀ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ) ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ଭେଜି ଥାନା ଅନ୍ତର୍ଗତ ଏଲାରମାଡଗୁ ସୁରକ୍ଷା କ୍ୟାମ୍ପ ନିକଟରେ ଏହି ଘଟଣା ଘଟିଥିବା ନେଇ ପୁଲିସ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, କୋଣ୍ଟା ରେଞ୍ଜ ଅଧୀନରେ ଥିବା ସୁରକ୍ଷା କ୍ୟାମ୍ପଗୁଡ଼ିକର ଯାଞ୍ଚ ଏବଂ ପୁରୁଣା ବିସ୍ଫୋରକ ନଷ୍ଟ କରିବା ପାଇଁ ଜଗଦଲପୁରରୁ ସିଆର୍‌ପିଏଫ୍‌ ୫୦ତମ ବାଟାଲିୟନର ଏକ ଅମ୍ୟୁନିସନ୍‌ ଟେକ୍ନିକାଲ୍‌ ଟିମ୍‌ ଆସିଥିଲା। ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ ଅନୁସାରେ କ୍ୟାମ୍ପଠାରୁ ପ୍ରାୟ ୨୦୦ ମିଟର ଦୂର ବୋଡରାଜପଦର ନାଳ ନିକଟରେ ବିସ୍ଫୋରକ ନଷ୍ଟ କରାଯାଉଥିବା ବେଳେ ଅଚାନକ ଏହି ବିସ୍ଫୋରଣ ଘଟିଥିଲା।

Comments are closed, but trackbacks and pingbacks are open.