ରେଳ ଷ୍ଟେସନରେ କାହିଁକି ହଳଦିଆ ଟାଇଲ ଲଗାଯାଏ ? ଜାଣନ୍ତୁ ଏହା ପଛର କାରଣ

24

ଭାରତୀୟ ରେଳ: ଆପଣ ନିଶ୍ଚିତ ଭାବରେ ରେଳ ଷ୍ଟେସନରେ ହଳଦିଆ ରଙ୍ଗର ରୁଗ୍ ଟାଇଲ୍ ଦେଖିଥିବେ I ଏହି ଟାଇଲଗୁଡ଼ିକୁ ସେଠାରେ ରଖିବା ପଛରେ ଏକ ବିଶେଷ ଉଦ୍ଦେଶ୍ୟ ଅଛି I ଆସନ୍ତୁ ଜାଣିବା :

ଆପଣ ନିଶ୍ଚିତ ଭାବରେ ରେଳ ଷ୍ଟେସନ୍ ପ୍ଲାଟଫର୍ମକୁ ଯାଇଥିବେ I ସେଠାରେ ଆପଣ ନିଶ୍ଚୟ ଦେଖିଥିବେ ଯେ ଭୂମିରେ ହଳଦିଆ ରଙ୍ଗର ରୁଗ୍ ( ଆବଡ଼ା ଖାବଡ଼ା )ଟାଇଲ୍ ଅଛି କିଛି ଟାଇଲ୍ ସିଧା ଏବଂ କିଛି ଗୋଲାକାର ଆକାରରେ I ଅଧିକାଂଶ ଲୋକ ଭାବନ୍ତି ଯେ ଏହି ରୁଗ୍ ଟାଇଲଗୁଡିକ ଏଥିପାଇଁ ଲଗା ଯାଇଛିକି ଏହାର ଖଦଡିଆ ଅଂଶରେ ଲୋକଙ୍କ ପାଦ ନ ଖସିବା ପାଇଁ ,କିନ୍ତୁ ପ୍ରକୃତରେ ତାହା ନୁହେଁ ଏହି ଟାଇଲଗୁଡିକ ଅନ୍ୟ କିଛି ଉଦ୍ଦେଶ୍ୟରେ ପ୍ଲାଟଫର୍ମରେ ରଖାଯାଇଛି |
ଏଥିପାଇଁ ଦୃଷ୍ଟିହୀନ ସୁବିଧା ପାଆନ୍ତି |
ଆସନ୍ତୁ ଆପଣଙ୍କୁ କହିବା ଯେ ହଳଦିଆ ରଙ୍ଗର ଏହି ସିଧା ଏବଂ ଗୋଲାକାର ଟାଇଲଗୁଡିକ ସ୍ଥାପିତ ହୋଇଛି ଲୋକଙ୍କ ପାଦ ଖସିବା ପାଇଁ ନୁହେଁ ଦୃଷ୍ଟିହୀନ ଲୋକଙ୍କ ପାଇଁ ସେଗୁଡିକ ସ୍ଥାପିତ ହୋଇଛି | ଏହିପରି ଲୋକମାନେ ଏହି ରୁଗ୍ ( ଆବଡ଼ା ଖାବଡ଼ା ) ଟାଇଲ୍ ସାହାଯ୍ୟରେ ଷ୍ଟେସନରେ ଚାଲିପାରିବେ I ଯଦି ଷ୍ଟେସନରେ ହଳଦିଆ ରଙ୍ଗର ଗୋଲାକାର ଟାଇଲ୍ ଅଛି ତେବେ ଏହା ଏକ ସୂଚକ ଅଟେ ଯେ ଆପଣଙ୍କୁ ଏଠାରେ ଅଟକିବାକୁ ପଡିବ I ଯେଉଁଠାରେ ସିଧା ଟାଇଲଗୁଡିକ ଲାଗିଛି ତା’ ଅର୍ଥ ହେଉଛି ଯେ ଆପଣ ଆଗକୁ ବଢି ପାରିବେ I ଏହି ଋଗ ବା ଆବଡ଼ା ଖାବଡ଼ା ଟାଇଲଗୁଡିକର ସାହାଯ୍ୟରେ ଦୃଷ୍ଟିହୀନ ବ୍ୟକ୍ତିମାନେ ଚାଲିବାରେ ଅନେକ ସୁବିଧା ପାଆନ୍ତି | ଏଗୁଡ଼ିକୁ ଟାକ୍ଟାଇଲ୍ ପାଥ ବା (ଟାକ୍ଟାଇଲ୍ ପି) କୁହାଯାଏ |

Leave A Reply

Your email address will not be published.