ଟିମ୍ ଇଣ୍ଡିଆକୁ ଫେରିବେ ଭୁବନେଶ୍ୱର କୁମାର

35

ନୂଆଦିଲ୍ଲୀ: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ତାଙ୍କ ସହିତ ଭାରତ ପାଇଁ ଖେଳିସାରିଥିବା କୃଣାଲ ପାଣ୍ଡ୍ୟା ଏବଂ ନୀତିଶ ରାଣାଙ୍କ ଭଳି ତାରକା ଖେଳାଳିମାନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଭୁବନେଶ୍ୱରଙ୍କ ଫେରିବା ନେଇ ବହୁ ଦିନରୁ ଚର୍ଚ୍ଚା ଚାଲିଥିବା ବେଳେ, ସେ ଶେଷ ଥର ପାଇଁ ନଭେମ୍ବର ୨୦୨୨ରେ ଭାରତୀୟ ଦଳ ପାଇଁ ମ୍ୟାଚ୍ ଖେଳିଥିଲେ। ତେବେ ଭୁବନେଶ୍ୱର ମୂଳ ଭାରତୀୟ ସିନିୟର ଟିମ୍‌କୁ ନୁହେଁ, ବରଂ ‘ହଂକଂ ସିକ୍ସ’ ସିରିଜ୍ ପାଇଁ ମନୋନୀତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଆଜି ହଂକଂ ସିକ୍ସ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରାଯାଇଥିବା ବେଳେ ଭୁବନେଶ୍ୱର କୁମାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଏହି ଦଳରେ ଅଭିଜ୍ଞ ଭୁବନେଶ୍ୱରଙ୍କ ସହ କିଛି ଆଇପିଏଲ୍‌ (IPL) ଷ୍ଟାର ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ଯଦିଓ ସେ ଜାତୀୟ ଦଳର ନୀଳ ଜର୍ସିରେ ମୈଦାନକୁ ଓହ୍ଲାଇବେ ନାହିଁ, ତଥାପି ପୁଣି ଥରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ସେ ଦଳର ନେତୃତ୍ୱ ନେବେ।

Comments are closed, but trackbacks and pingbacks are open.