୨୦୨୬ ଏସୀୟ କ୍ରୀଡ଼ା: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ଭାରତର ଅଭିଯାନ

25

ନୂଆଦିଲ୍ଲୀ: ଜାପାନର ଆଇଚି ନାଗୋୟାରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ାର ଆନୁଷ୍ଠାନିକ ଉଦ୍‌ଘାଟନୀ ସମାରୋହ ସେପ୍ଟେମ୍ବର ୧୯ ତାରିଖରେ ହେବ। ମାତ୍ର ଏହାପୂର୍ବରୁ, ସେପ୍ଟେମ୍ବର ୧୭ ତାରିଖରେ ଟେକବଲ୍‌ ମ୍ୟାଚ୍‌ ସହିତ ଭାରତୀୟ ଖେଳାଳିମାନେ ନିଜର ଅଭିଯାନ ଆରମ୍ଭ କରିବେ। ଫଳରେ ପ୍ରଶଂସକମାନେ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ନିଜ ପସନ୍ଦର ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ପାଇବେ। ଗତ ହାଙ୍ଗଜୋ (୨୦୨୨) ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ସୋଚନୀୟ ଭାବେ ୧୦୭ଟି ପଦକ ଜିତି ଐତିହାସିକ ସଫଳତା ହାସଲ କରିଥିଲା। ଏଥର ସେହି ପ୍ରଦର୍ଶନକୁ ଆହୁରି ସୁଧାରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି। ସେପ୍ଟେମ୍ବର ୧୮ରେ ଜାପାନ ବିପକ୍ଷ କ୍ୱାର୍ଟରଫାଇନାଲ୍‌ ସହ ଅଭିଯାନ ଆରମ୍ଭ। ଜିତିଲେ ସେପ୍ଟେମ୍ବର ୨୦ରେ ସେମିଫାଇନାଲ୍ ଏବଂ ୨୨ ତାରିଖରେ ପଦକ ମ୍ୟାଚ୍ (ଫାଇନାଲ୍) ଖେଳାଯିବ। ଭାରତୀୟ ପୁରୁଷ ଦଳ ସିଧାସଳଖ କ୍ୱାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ସେପ୍ଟେମ୍ବର ୨୮ରେ ପ୍ରଥମ ମ୍ୟାଚ୍, ଅକ୍ଟୋବର ୧ରେ ସେମିଫାଇନାଲ୍ ଏବଂ ଅକ୍ଟୋବର ୩ରେ ଫାଇନାଲ୍ ଅନୁଷ୍ଠିତ ହେବ।

Comments are closed, but trackbacks and pingbacks are open.